ହେଡଲାଇନସ୍:

ଦି ୱେଲଥ କମ୍ପାନୀ ପକ୍ଷରୁ ଓଡ଼ିଶାକୁ ଅଣାଯାଇଛି 'ଏମଏଫ ଦିଦି'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଲ୍ ଓଡ଼ିଶା ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଆସୋସିଏସନ ସମର୍ଥନରେ ଓଡ଼ିଶାରେ ଏହି ଅଭିଯାନକୁ ଜବରଦସ୍ତ ସମର୍ଥନ

ଭୁବନେଶ୍ୱର: ଅହମଦାବାଦ, ପାଟନା, ମୁମ୍ବାଇ, ଗୁଆହାଟି ଏବଂ ପୁଣେ ଆଦି ସହରଗୁଡ଼ିକୁ ନେଇ ଗଠିତ ଜାତୀୟ ସ୍ତରର ରୋଡ଼ସୋ କାର୍ଯ୍ୟକ୍ରମର ଅଂଶ ଭାବରେ ଦି ୱେଲଥ କମ୍ପାନି ମ୍ୟୁଚଆଲ୍ ଫଣ୍ଡ ଭୁବନେଶ୍ୱରରେ ଏକ ସଫଳ ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମଟି ଏମଏଫ ଦିଦି ନାମକ ଏକ ବୃହତର ଉଦ୍ୟମର ଅଂଶ ଯାହା ଏକ ଶିଳ୍ପ-ପ୍ରଥମ କାର୍ଯ୍ୟକ୍ରମ ଏବଂ ଟିୟର ୨ ଏବଂ ଟିୟର ୩ ଅଞ୍ଚଳର ମହିଳାମାନଙ୍କୁ ମ୍ୟୁଚଆଲ୍ ଫଣ୍ଡ ବିତରକ ଭାବରେ ପ୍ରଶିକ୍ଷିତ ଏବଂ ସାର୍ଟିଫାଏଡ୍ କରିବା ପାଇଁ ପରିକଳ୍ପନା କରାଯାଇଛି।

ସାମ୍ପ୍ରତିକ ସ୍ଥାନୀୟ ତଥ୍ୟ ବଢୁଥିବା ଆର୍ଥିକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ଗତ ପାଞ୍ଚ ବର୍ଷରେ ଭୁବନେଶ୍ୱରର ମହିଳା ନିବେଶକଙ୍କ ପରିଚାଳନା ଅଧୀନରେ ଥିବା ସମ୍ପତି (ଏୟୁଏମ) ୨.୫ ଗୁଣ ବୃଦ୍ଧି ପାଇଛି ଏବଂ ମହିଳା ନିବେଶକଙ୍କ ସଂଖ୍ୟା ପ୍ରାୟ ୨.୮ ଗୁଣ ବୃଦ୍ଧି ପାଇଛି। ଏହିସମୟରେ ଓଡ଼ିଶାର ମୋଟ ରାଜ୍ୟଭିତିକ ଏଏମ ପ୍ରାୟ ୬୬,୦୦୦ କୋଟି ଟଙ୍କା ରହିଛି।

ମ୍ୟୁଚୁଅଲ୍ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଇନ୍ ଦେଶୀ ଇଣ୍ଡିଆ ( ଏମଏଫ ଦିଦି) ଶିକ୍ଷିତ କିନ୍ତୁ ଆର୍ଥିକ ଭାବରେ ନିଷ୍କ୍ରିୟ ମହିଳାମାନଙ୍କର ସମ୍ଭାବନାକୁ ଉନ୍ମୋଚିତ କରିବା ପାଇଁ ପରିକଳ୍ପିତ। ଏନଆଇଏସଏମ ଭି ସାର୍ଟିଫିକେସନ ମାନକ ସହ ସମାନୁରୂପ ଏହି କାର୍ଯ୍ୟକ୍ରମଟି ମ୍ୟୁଚୁଅଲ୍ ଫଣ୍ଡର ମୌଳିକ ତଥ୍ୟ, ଚକ୍ରବୃଦ୍ଧି, ନିବେଶକ ସଚେତନତା ଏବଂ ନୈତିକ ବିତରଣ ପ୍ରଥା ଉପରେ ଗଠନମୂଳକ ପ୍ରଶିକ୍ଷଣ ପ୍ରଦାନ କରୁଛି। ୨୦୧୫-୨୬ ମଧ୍ୟରେ ୧୦୦୦ ଜଣ ସାର୍ଟିଫାଏଡ୍ ଏମଏଫ ଦିଦିଙ୍କୁ ସାମିଲ କରିବା ଏବଂ ପରବର୍ତ୍ତୀ ତିନି ବର୍ଷରେ ୫୦୦୦ ଜଣଙ୍କୁ ଯୋଡିବା ଏହାର ମୁଖ୍ୟ ଲକ୍ଷ୍ୟ।

ଦି ୱେଲଥ କମ୍ପାନିର ପ୍ରତିଷ୍ଠାତା ଏବଂ ଏକ ସଂପତି ପରିଚାଳନା କମ୍ପାନି ସ୍ଥାପନ କରିଥିବା ଭାରତର ପ୍ରଥମ ମହିଳା ସିଏ ମାଧବୀ ଲୁନାବତ କହିଛନ୍ତି ଯେ, "ଏମଏଫ ଦିଦି ହେଉଛି ମହିଳାମାନଙ୍କ ପାଇଁ ସେମାନଙ୍କ ଧନ ଏବଂ ସ୍ୱାଧୀନତା ବଢ଼ାଇବା ପାଇଁ ପ୍ରକୃତ ସୁଯୋଗ ସୃଷ୍ଟି କରିବା। ଏହା ହେଉଛି ଓଡ଼ିଶାର ମହିଳାମାନଙ୍କ ଶକ୍ତିକୁ ଉନ୍ମୋଚିତ କରି ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍ ଡଲାର ମାଇଲଖୁଣ୍ଟ ଆଡ଼କୁ ଅଗ୍ରସର କରିବାରେ ସହାୟକ ହେବା ଏବଂ ଦେଶର ବଢ଼ୁଥିବା ଜିଡିପିରେ ସେମାନେ ଅନ୍ତର୍ଭୁ୍କ୍ତିକରଣ ଭାବରେ ସେମାନଙ୍କର ମର୍ଯ୍ୟାଦାପୂର୍ଣ୍ଣ ଏବଂ ଯଥାର୍ଥ ଅଂଶ ଦାବି କରୁଛନ୍ତି ବୋଲି ନିଶ୍ଚିତ କରିବା।"

ସ୍ଥାନୀୟ ଲୋକମାନେ ମଧ୍ୟ ଉତ୍ସାହର ସହିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ଏମଏଫ ଦିଦି ଅଂଶଗ୍ରହଣକାରୀ ବେଦମତୀ ମହାପାତ୍ର କହିଛନ୍ତି ଯେ, "ଏମଏଫ ଦିଦି ମାଧ୍ୟମରେ ଦି ୱେଲଥ କମ୍ପାନି ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ବିତରଣରେ ଦୂର ଦୁରାନ୍ତ ଅଭାବ ପୂରଣ କରିବା ପାଇଁ କାର୍ଯ୍ୟ କରି ସେମାନେ ଏକ ମଡେଲ୍ ସୃଷ୍ଟି କରୁଛନ୍ତି ଯାହା ଓଡ଼ିଶା ଏବଂ ବାହାରେ ଆର୍ଥିକ ଅନ୍ତର୍ଭୁକ୍ତକରଣକୁ ରୂପାନ୍ତରିତ କରିପାରିବ।"

ଆଲ୍ ଓଡ଼ିଶା ମ୍ୟୁଚୁଅଲ୍ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଆସୋସିଏସନର ସଭାପତି ଶ୍ରୀ ସୁଧାଂଶୁ ମହାପାତ୍ର କହିଛନ୍ତି ଯେ, "ଏମଏଫ ଦିଦି ଏକ ଦୂରଦର୍ଶୀ ଉଦ୍ୟମ। ଏହି କାର୍ଯ୍ୟକ୍ରମ କେବଳ ଛୋଟ ସହରଗୁଡ଼ିକରେ ମ୍ୟୁଚୁଅଲ୍ ଫଣ୍ଡ ଉପସ୍ଥିତିକୁ ବୃଦ୍ଧି କରିବ ନାହିଁ, ବରଂ ମହିଳାମାନଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଆର୍ଥିକ ସୁଯୋଗ ମଧ୍ୟ ପ୍ରଦାନ କରିବ। ଏହି ସାହସିକ ଏବଂ ସାମାଜିକ-ବନ୍ଧୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଦି ୱେଲଥ କମ୍ପାନି ପ୍ରଶଂସାର ଅଧିକାରୀ।"

ମିଣ୍ଟବକ୍ସ ଆଡଭାଇଜରୀ ଏଲଏଲପିର ମ୍ୟାନେଜିଂ ପାର୍ଟନର୍ ଅରୁଣ କେ ସାହୁ କହିଛନ୍ତି ଯେ, "ଏମଏଫ ଦିଦି ଏକ ଦୂରଦର୍ଶୀ ଉଦ୍ୟମ। ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ କେବଳ ପରିବାରକୁ ଶକ୍ତିଶାଳୀ କରେ ନାହିଁ, ବରଂ ସାରା ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତକରଣ ବଢ଼ାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ତୃଣମୂଳ ସ୍ତରରେ ମ୍ୟୁଚୁଅଲ୍ ଫଣ୍ଡ୍ ପହଞ୍ଚାଇବା ସୁଗମ କରି ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ଥାୟୀ ଆର୍ଥିକ କଲ୍ୟାଣ ଗଠନ ପାଇଁ ମୂଲ୍ୟବାନ ସୁଯୋଗ ପ୍ରଦାନ କରୁଛି। ଦି ୱେଲଥ କମ୍ପାନୀ ଏକ ସାହସିକ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛି ଯାହା ସମ୍ପୂର୍ଣ୍ଣ ପ୍ରଶଂସାର ଅଧିକାରୀ।"

0
0
0
s2sdefault