ହେଡଲାଇନସ୍:

ଏଥର ୪ ଟି କେନ୍ଦ୍ରରେ ହବିଷ୍ୟାଳୀମାନଙ୍କ ରହଣି ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • -କେବଳ ଅନଲାଇନ ମାଧ୍ୟମରେ ପଞ୍ଜିକରଣ

  • -ବିନା ପଞ୍ଜିକୃତ ମାନେ ଅଯଥା ଗହଳି ନ କରିବାକୁ ପ୍ରଶାସନର ଅନୁରୋଧ

ପୁରୀ, ୧୬/୯ (ଅନିମେଶ ପଟ୍ଟନାୟକ): ଆସୁଛି କାର୍ତ୍ତିକ ବ୍ରତ । ଗତ ବର୍ଷ ଗୁଡିକରେ ବ୍ରତ ଧାରିଙ୍କ ବର୍ଦ୍ଧିତ ଆବେଦନକୁ ନଜରରେ ରଖି ଏଥର ୪ଟି ସ୍ଥାନରେ ବ୍ରତଧାରୀଙ୍କ ରହଣି ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। କେବଳ ଅନଲାଇନ ଆବେଦନ ହିଁ ଗ୍ରହଣ କରାଯିବ । ବିନା ଆବେଦନକାରୀଙ୍କୁ ଅଯଥାରେ କେନ୍ଦ୍ର ମାନଙ୍କରେ ଗହଳି ନ କରିବାକୁ ଅନୁରୋଧ କରିଛନ୍ତି ଜିଲାପାଳ ଦିବ୍ୟଜ୍ୟୋତି ପରିଡା ।

ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସ ଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ, ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା ,ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଷ୍ଟେସନ ଆଶ୍ରୟ ସ୍ଥଳ ଠାରେ ହବିଷ୍ୟାଳୀ ମା ମାନଙ୍କର ରହଣି ର ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଯୋଜନା ଆଧାରରେ ୭୦ ବର୍ଷ ବୟସ୍କା ପର୍ଯ୍ୟନ୍ତ ବିଧବା ମା ଓ ୫୦ ରୁ ୭୦ ବର୍ଷ ବୟସ୍କା ବିବାହିତା ମହିଳା ମାନେ ଏହି ବ୍ରତ ପାଇଁ ଆବେଦନ ଅନଲାଇନ https://edistrct.odisha.gov.in ମାଧ୍ୟମରେ ଚଳିତ ମାସ ୧୯ ତାରିଖ ଦିବା ୧୦ ଘଟିକା ଠାରୁ ପଞ୍ଜିକରଣ ରେ ସାମିଲ ହୋଇ ପାରିବେ।ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା,ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ,ଗମନାଗମନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ୱଛାସେବୀ ସହଯୋଗ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ତଦାରଖ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନଙ୍କ ସହଯୋଗ ନିଆଯିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ପଞ୍ଜିକରଣ କରିଥିବା ମା ମାନଙ୍କ ସୁଖଦ ରହଣୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି।ଅଣ ପଞ୍ଜିକୃତ ବ୍ୟକ୍ତି ମାନେ କେନ୍ଦ୍ର ମାନଙ୍କୁ ଆସି ଅଯଥା ଗହଳି ନ କରିବା କିମ୍ବା ରହଣି ପାଇଁ ଅନୁରୋଧ ନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିବା ସହ ଏହି ପବିତ୍ର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ବନାଥ ପଣ୍ଡା ଓ ଅତିରିକ୍ତ ଡିଆଇଓ ଦୂର୍ଗା ପ୍ରସାଦ ଜେନା ଙ୍କୁ ଅନଲାଇନ ପଞ୍ଜିକରଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି।

0
0
0
s2sdefault