ହେଡଲାଇନସ୍:

ଲଗାଣ ବର୍ଷାରେ ବାସହରା ଧୀରା ବେହେରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ରୁ ଆସୁଛି ଗୋଟିଏ ଦୁଃଖଦ ଖବର। ବିଜେପୁର ବ୍ଲକ୍‌ର କୁର୍କୁଟା ଗ୍ରାମରେ ବାସ କରୁଥିବା ଧୀରା ବେହେରାଙ୍କ ଘର, ଲଗାଣ ବର୍ଷାରେ ପୁରାପୁରି ଭାଙ୍ଗିଯାଇଛି।ସେମାନଙ୍କ ରହିବା ପାଇଁ ଘର ଖଣ୍ଡିଏ ନାହିଁ l ଏହି ପରିସ୍ଥିତିରେ ସବୁଠାରୁ ଦୁଃଖର କଥା ହେଉଛି ଚାରି ବର୍ଷ ପୂର୍ବେ ଧୀରା ବେହେରାଙ୍କ ସ୍ୱାମୀ ଙ୍କ ଦେହାନ୍ତ ହୋଇସାରିଛି ଏବଂ ତାଙ୍କର ଏକମାତ୍ର ଝିଅର ବୟସ୍ କେବଳ ସାତ ବର୍ଷ। ଘର ନଥିବାରୁ, ବର୍ଷାରେ ସେମାନେ ଅତ୍ୟନ୍ତ କଷ୍ଟରେ ଅଛନ୍ତି।
ଏହି ଦୁର୍ଦ୍ଦଶା ସମ୍ପର୍କରେ, ଯେତେବେଳେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପର୍ବତାରୋହିଣୀ ଏବଂ ସମାଜସେବିକା ଲିପିକା ସେଠ ଜାଣିଲେ ଯଥାଶୀଘ୍ର ଧିରା ବେହେରାଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି l ସେ ଧିରା ବେହେରାଙ୍କ ସଂପର୍କରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ଵାଳ ଙ୍କୁ ସୂଚନା ଦେଇଛନ୍ତି। ପ୍ରଶାସନ ମାଧ୍ୟମରେ ଧୀରା ବେହେରାଙ୍କୁ ସହାୟତା ପହଞ୍ଚାଇବା ପାଇଁ ସେ ଉଦ୍ୟମ କରୁଛନ୍ତି।
ଲିପିକା ସେଠଙ୍କ ଏହି ପ୍ରୟାସ ସମାଜରେ ନିଶ୍ଚୟ ପ୍ରଶଂସା ଯୋଗ୍ୟ । ଏହି ପରିସ୍ଥିତି ରେ ଯଥା ଶୀଘ୍ର ଧିରା ବେହେରାଙ୍କ ଘର ନିର୍ମାଣ ପାଇଁ ସରକାରୀ ସାହାଯ୍ୟ ମିଳିଲେ ଲିପିକା ଶେଠ୍ ଙ୍କ ପ୍ରୟାସ ସଫଳ ହେବା ସହିତ ବାସହୀନ ଜୀବନ ଯାପନ କରୁଥିବା ଧିରା ବେହେରା ଙ୍କୁ ଅସ୍ଵସ୍ଥି ମିଳିବ l

0
0
0
s2sdefault