ହେଡଲାଇନସ୍:

ସାଇକେଲ୍ ଚାଳଣା କରି ସୁସ୍ଥ ରହିବା ପାଇଁ ଜନସାଧାରଣ ଙ୍କୁ ବାର୍ତ୍ତା ଦେଲେ ଅଷ୍ଟମ ଭାରତୀୟ ସ୍ଵତନ୍ତ୍ର ସଂରକ୍ଷିତ ବାହିନୀ ର ଯବାନମାନେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ରବିବାର ଅଗଷ୍ଟ ମାସ ୨୪ ତାରିଖ ୨୦୨୫ ଭଞ୍ଜନଗର ସ୍ଥିତ ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସଂରକ୍ଷିତ ବାହିନୀ ତରଫରୁ ଭାରତ ସରକାର ଙ୍କ ନିର୍ଦେଶନାମାରେ ଫିଟ ଇଣ୍ଡିଆ ସାଇକେଲ ଚାଳନା ଅନୁଷ୍ଠିତ ହୋଇଯାଇଛି। ଏହି ଜନ ହିତକର କାର୍ଯ୍ୟକୁ ସଫଳ ରୂପାୟନ କରିବା ନିମନ୍ତେ , ଏଥିରେ ମୁଖ୍ୟ ଅତିଥି ରୂପେ ଖଇ.ଆର୍.ବି ଅଷ୍ଟମ ବାଟାଲିୟନ ର ଦୁର୍ଗପତି ଶ୍ରୀମାନ ସୁଧାକର ମିଶ୍ର ଉଦଘାଟନ କରିବା ସହ ଯବାନ ମାନଙ୍କୁ ସାଇକେଲ ଚାଳନା ମାଧ୍ୟ୍ୟମରେ ନିଜର ଶରୀର ସର୍ବଦା ସୁସ୍ଥ ରଖିବାକୁ ବାର୍ତ୍ତା ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀମାନ ଉପ ଦୁର୍ଗପତି ଲଳିତ କୁମାର ବାଘ ଏଵଂ ଉପ ଦୁର୍ଗପତି ଅଜୟ କୁମାର ମୁରୁମୁ ଯୁଗଳ ଭାବେ ନେତୃତ୍ୱ ନେଇଥିଲେ ।ଏଵଂ ସମସ୍ତ କାର୍ଯ୍ୟ ର ପରିଚାଳନା ଶ୍ରୀମାନ ସହକାରୀ ଦୁର୍ଗପତି ମନୋରଞ୍ଜନ ତରେଇ କରିଥିଲେ। ଏଵଂ
ଅନ୍ୟାନ୍ୟ ସମସ୍ତ ସହଯୋଗୀ ବୃନ୍ଦ ଯଥା ଉପନିରୀକ୍ଷକ ଲକ୍ଷ୍ମୀ କାନ୍ତ ନାୟକ,
ଗିରିଷ ଚନ୍ଦ୍ର ମାଝୀ ସହକାରୀ ନିରୀକ୍ଷକ
ଧନ ବହାଦୁର ଥାପା ବରିଷ୍ଠ ହାବିଲଦାର ମାନେ ଯଥା ପ୍ରହଲ୍ଲାଦ ରାଉତ କିଶୋର କୁମାର ନାୟକଇଶ୍ୱର ଚନ୍ଦ୍ର ଲେଙ୍କା
ସନ୍ତୋଷ କୁମାର ଥାପା ଏହାସହ
ବାଟାଲିୟନ ର ପ୍ରାୟ ୭୦ ଜଣ ଅଫିସର ଯବାନ ମଶ୍ରିତ ଭାବେ ସାଇକେଲ ଚାଳନା ରେ ଭାଗ ନେଇ ଭାରତ ସରକାର ଙ୍କ ଫିଟ ଇଣ୍ଡିଆ ସାଇକେଲ ଚାଳନା କୁ ସଫଳ କରି ଜନସାଧାରଣ ଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରିଥିଲେ ଏବଂ ଏହି ସାଇକେଲ ଚାଳନା ଅଷ୍ଟମ ଆଇ.ଆର୍.ବି ମୁଖ୍ୟାଳୟ ତନରଡ଼ା ଠାରୁ ଆରମ୍ଭ କରି ବେଲଗୁଣ୍ଠା ବ୍ଲକ ଅଫିସ ରାସ୍ତା ଏଵଂ ଗୁଡ଼ିପଲ୍ଲୀ ଦେଇ ପ୍ରାୟ ୬ କିଲୋମିଟର ଅତିକ୍ରମ କରି ପରିଶେଷରେ
ଆଇ.ଆର୍.ବି ମୁଖ୍ୟାଳୟରେ ସାଇକେଲ ଚାଳନା ସମାପ୍ତ କରିଥିଲେ।
ଏଵଂ ବେଲଗୁଣ୍ଠା ଥାନା ର ପୋଲିସ କର୍ମଚାରୀ ମାନେ ମୁଖ୍ୟ ରାସ୍ତା କୁ ଟ୍ରାଫିକ ନିୟନ୍ତ୍ରଣ କରି ସହଯୋଗ କରିଥିବା ଜଣାଯାଇଛି।

0
0
0
s2sdefault