ଭୁବନେଶ୍ୱର, ଅଗଷ୍ଟ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଏନ୍ଏସ୍ଏସ୍ ପକ୍ଷରୁ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର କେ-୧ ଠାରେ ସୋମବାର ପୂର୍ବାହ୍ନରେ ଏକ ରାଲି ଆୟୋଜିତ ହୋଇଯାଇଛି ।
ଗାଜର ଘାସର ଅପକାରିତାକୁ ଦୃଷ୍ଟିରେ ରଖି ଜାତୀୟ ତୃଣକ ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଣ୍ଡିଆନ ସୋସାଇଟି ଅଫ୍ ୱିଡ୍ ସାଇନ୍ସ ଆନୁକୁଲ୍ୟରେ ଏ ବିଷୟରେ ପ୍ରତିବର୍ଷ ଅଗଷ୍ଟ ୧୬ ରୁ ୨୨ ପର୍ଯ୍ୟନ୍ତ ସଚେତନତା ସପ୍ତାହ ପାଳନ କରିବାକୁ ନିଷ୍ପତି ହୋଇଛି । ଏହି ରାଲିରେ ଶହେ ରୁ ଉର୍ଧ୍ଵ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବିକାଶ ପରିଷଦର କର୍ମକର୍ତାମାନେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମ ଆରମ୍ଭରେ ଆୟୋଜିତ ଏକ ସଭାରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଗାଜର ଘାସର ଅପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ।
ସୋଆ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମର ସଂଯୋଜକ ଡ.କମଳ ଲୋଚନ ମହନ୍ତ, ସ୍ଥାନୀୟ ୱେଲଫେୟାର ଆସୋସିଏସନ୍ ସମ୍ପାଦକ ଶ୍ରୀ କ୍ଷେତ୍ରମୋହନ ଧଳ, ଡ. ଦିପ୍ତନୁ ଦତ, ଡ. ମୁକେଶ କୁମାର ପାତ୍ର ଏବଂ ଡ. ନେହା ପ୍ରଧାନ ଏଥିରେ ଅଂଶଗ୍ରହଣ କରିଥିଲେ । ପରେ ପରେ ଶୋଭାଯାତ୍ରା ଓ ରାଲି ଅନୁଷ୍ଠିତ ହେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀମତି ରଶ୍ମିପ୍ରଭା ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।