ବଲାଙ୍ଗୀର: ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ଗତକାଲି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବନବିଭାଗ ପକ୍ଷରୁ କଣ୍ଟାବାଞ୍ଜି ସେକ୍ସନ ସେମଲା ରୁ ମହୁଲବାହାଲି
ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ବେଆଇନ ଭାବେ ଚାଲାଣ ଉଦ୍ଦେଶ୍ୟ ରେ ଲୁଚାଇ ରଖାଯାଇଥିବା ୩୬ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିଛନ୍ତି । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଏହି ଅଞ୍ଚଳରେ ବନବିଭାଗ ର ପେଟ୍ରୋଲିଂ କରୁଥିବା ସମୟରେ, ସେମଲା ରୁ ମହୁଲବାହାଲି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା କଡରେ ବେଆଇନ ଭାବେ ଚୋରା ଚାଲାଣ ଉଦ୍ଦେଶ୍ୟରେ ଲୁଚାଇ ରଖା ଯାଇଥିବା 36 ଟି କେନ୍ଦୁ କାଠ ଗଣ୍ଡି ଗୁଡିକୁ ଜବତ କରାଗଲା । ଚଢ଼ାଉ ସମୟରେ କଣ୍ଟାବାଞ୍ଜି ବନପାଳ ଘନଶ୍ୟାମ ପସାୟତ, ବନରକ୍ଷୀ-ଶବନମ ଫିରଦୋଷ, ପରମାନନ୍ଦ ମାଝୀ, ପାରା ଷ୍ଟାଫ-ପ୍ରମାନନ୍ଦ ଭାଟି,ପ୍ରଶାନ୍ତ ନାଏକ, ଜଳଧର ବନଛୋର, କପିଳ ମାଝୀ, ଖେଡୁ ପ୍ରଧାନ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବାନପାଳ ପଶାୟତ ସୂଚନା ଦେଇଛନ୍ତି ।
ରାଜ୍ୟ
କଣ୍ଟାବାଞ୍ଜି ବନବିଭାଗ ଦ୍ଵାରା ୩୬ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ
- Hits: 27