ରାୟଗଡ଼ - ଆଜି ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜୟପୁରରୁ ଆଭାଶି ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରl ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି l ରାୟଗଡ଼ର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼, ଶ୍ରୀ ଚନ୍ଦ୍ରକାନ୍ତ ମାଝୀ,, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ମିନତି ଦେଓ, ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ, ଉପଖଣ୍ଡ ପ୍ରଗ୍ରାମ ଅଫିସର ଶ୍ରୀମତୀ ଶୈଳଜା ଦାଶ, ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିଜର ବକ୍ତବ୍ୟରେ କହିଲେ ଯେ ସୁଭଦ୍ରା ଯୋଜନା ହେଉଛି ମହିଳା ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଓ ଆତ୍ମନିର୍ଭରଶୀଳ କରିବା ମୁଖ୍ୟ ଉଦେଶ୍ୟ l ସରକାର ଦେଉଥିବା ୫ହଜାର ଟଙ୍କାକୁ ସଠିକ ବିନିଯୋଗ କରି ଅଧିକରୁ ଅଧିକ ଉନ୍ନତି ହେବା ପାଇଁ କାମନା କରିଥିଲେ l କାର୍ଯ୍ୟକ୍ରମ ରେ ସ୍ୱୟଂ ସହୟୋକ ଭଉଣୀ ମାନେ ଅତିଥି ଓ ସାମ୍ୱାଦିକ ମାନଙ୍କୁ ରlଖିବାନ୍ଧି ଭାଇଭଉଣୀ ସମ୍ପର୍କ ନିବିଡ଼ ବନ୍ଧନକୁ ସଦୃଢ଼ ଉଜ୍ଜୀବିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭାବରେ ୧୦ଜଣ ମହିଳାଙ୍କୁ ୫ହଜାର ଟଙ୍କାର ନମୁନା ସଦୃଶ ଚେକ ପ୍ରଦାନ କରିଥିଲେ l ସେହିପରି ମୁଖ୍ୟମନ୍ତ୍ରୀଙ୍କ ତୃତୀୟ କିସ୍ତିର ସୁଇଚ ଟିପି ଶୁଭlରମ୍ବ କରିବା ମାତ୍ରେ ୭୬୬ଜଣ ମହିଳାଙ୍କ ବ୍ୟାଙ୍କ ଖାତାକୁ ଡେବିଟି ମାଧ୍ୟମରେ ସିଧା ସଳଖ ଜମା ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ସୁଚନା ଅଧିକାରୀ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ।