ହେଡଲାଇନସ୍:

କୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁସନପୁରୀ ଠାରେ ନିଖିଳ ଉତ୍କଳ ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ମଧୁସୂଦନ ମେହେର, ଉପ ସଭାପତି ରୋହିତ ମେହେର, ସମ୍ପାଦକ ସୁଦାମ ମେହେର , ଉପଦେଷ୍ଟା ଦଶରଥ ମେହେର, ରାମ ମେହେର, ମନୋରଞ୍ଜନ ମେହେର ପ୍ରମୁଖ ଯୋଗଦେଇଥିଲେ । କୁଲି ଜାତିର ଆରାଧ୍ୟ ମାଁ କରମସାନି ଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗ୍ରାମର ଯୁବକ ମାନେ ଆଦିବାସୀ ବେଶଭୂଷା ରେ ସଜ୍ଜିତ ହୋଇ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମ ପରିକ୍ରମା ପରେ ସଭାର ଆୟୋଜନ କରାଯାଇ ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରାଯାଇଥିଲା । ଆଦିବାସୀ ମହାପୁରୁଷମାନଙ୍କ ଜୀବନୀ ଆଲୋଚନା କରାଯାଇ ତାଙ୍କର ଆଦର୍ଶକୁ ଅନୁସରଣ କରିବା ପାଇଁ ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଗ୍ରାମରୁ ଶହ ଶହ ବ୍ୟକ୍ତି ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୁସନପୁରୀ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault