ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁଇ ଦିନ ଧରି ଭଦ୍ରକ ସ୍ଥିତ ବିଜୁ ପଟ୍ଟନାୟକ ବହୁମୂଖୀ ଇନଡୋର ଷ୍ଟାଡିୟମ ଠାରେ ରାଜ୍ଯ ସ୍ତରୀୟ ଅସ୍ମିତା ତାଇକୋନ୍ଡୁ ଲିଗ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଡାଇକୋନ୍ତୁ ପ୍ରତିଯୋଗିତା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ତାଇକୋନଡୁ ଏସୋସିଏସନ ଦ୍ବାରା ଆୟୋଜନ କରଯାଇଥିଲା। ଏଥିରେ ଓଡିଶାରୁ ସମୁଦାୟ ପ୍ରାୟ ୨୫୦ ବାଳିକା ଖେଳାଳୀ ଅଂଶଗ୍ରହଣ କରିଥିଲେ।
ଗଜପତି ଜିଲ୍ଲା ର ଜିଲ୍ଲା ଟାଇକୋନ୍ଡୁ ଅନୁଷ୍ଠାନରୁ ମୋଟ ୪ ଜଣ ପ୍ରତିଯୋଗୀ (ବାଳିକା) ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମୁଖ୍ଯତଃ ଦୁଇଟି ବିଭାଗରେ ହୋଇଥିଲା। କ୍ଯୋରୁଗି ଓ ପୁମସେ।
ଏହି ପ୍ରତିଯୋଗିତାରେ ଜିଲ୍ଲା ଟାଇକୋନ୍ଡୁ ଅନୁଷ୍ଠାନର ବର୍ଷିତା ଦାସ - ସ୍ବର୍ଣ୍ଣ (କ୍ଯୋରୁଗି), କାଂସ୍ଯ (ପୁମସେ) , ପି. ସାଇସ୍ମିତା - ରୌପ୍ଯ (କ୍ଯୋରୁଗି) , ଅନୁଷ୍କା ଅନହିତା ସାହୁ - ରୌପ୍ଯ (କ୍ଯୋରୁଗି) ପଦକ ଆଣି ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୋଲି ଜିଲ୍ଲା ତାଇକୋନଡୁ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମ କୁ ଲିଖିତ ସୂଚନା ପ୍ରଦାନ କରିଛନ୍ତି।
ରାଜ୍ୟ
ରାଜ୍ଯ ସ୍ତରୀୟ ଅସ୍ମିତା ତାଇକୋନ୍ଡୁ ଲିଗ୍ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ର ସଫଳତା
- Hits: 73