ଓଡ଼ିଶା ଡିସକମର ପିଏଟି ୧୫୬% ବୃଦ୍ଧି ପାଇ ୧୦୫ କୋଟି ଟଙ୍କା
ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ୨୦୨୫-୨୬ ଆର୍ଥôକ ବର୍ଷ ପ୍ରଥମ ତ୍ରୈମାସିକର ବ୍ୟବସାୟ ଫଳାଫଳ ଘୋଷଣା କରାଯାଇଛି । କମ୍ପାନି ୬ ପ୍ରତିଶତ ବୃଦ୍ଧି ସହ ୧୨୬୨ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ (ପିଏଟି) ହାସଲ କରିଛି । ରାଜସ୍ୱ ପରିମାଣ ୪ ପ୍ରତିଶତ ବୃଦ୍ଧି ପାଇ ୧୭,୪୬୪ କୋଟି ଟଙ୍କା ହୋଇଛି । ଏବିଟଡା ୧୭ ପ୍ରତିଶତ ବୃଦ୍ଧି ପାଇ ୩୯୩୦ କୋଟି ଟଙ୍କା ରହିଛି । ଅକ୍ଷୟ ଶକ୍ତିର ଟିକସ ପରବର୍ତୀ ଲାଭ ୯୫ ପ୍ରତିଶତ ବୃଦ୍ଧି ସହ ୫୩୧ କୋଟି ଟଙ୍କା ହୋଇଛି ।
ପ୍ରଥମ ତ୍ରୈମାସିକରେ କମ୍ପାନି ୯୪ ମେଗାୱାଟର ଅକ୍ଷୟ ଶକ୍ତି କ୍ଷମତା ଯୋଡ଼ିଛି । ଫଳରେ ଏହାର ମୋଟ ଅକ୍ଷୟ ଶକ୍ତି କ୍ଷମତା ୫.୬ ଗିଗାୱାଟକୁ ବୃଦ୍ଧି ପାଇଛି । ରୁଫଟପ ସୋଲାର କ୍ଷେତ୍ରରେ କମ୍ପାନି ଏକ ନମ୍ବର ସ୍ଥାନ ବଜାୟ ରହିଛି । କମ୍ପାନି ମୋଟ ୨ ଲକ୍ଷ ରୁଫଟପ ସୋଲାର ସ୍ଥାପନ କରିଛି । ଏହି ବର୍ଗରୁ କମ୍ପାନି ୮୨୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି । କେବଳ ପ୍ରଥମ ତ୍ରୈମାସିକରେ ୪୫,୫୦୦ରୁ ଅଧିକ ରୁଫଟପ ସୋଲାର ସ୍ଥାପନ କରାଯାଇଛି । କମ୍ପାନି ଏଥିରେ ୯୦ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିବା ସହ ୨୭୦ ଏମଡବ୍ଲୁପି ସୌର ପ୍ରକଳ୍ପ କାର୍ଯ୍ୟକ୍ଷମ କରିଛି ଯାହା ଗତବର୍ଷର ୧୧୧ ଏମଡବ୍ଲୁ ତୁଳନାରେ ୧୪୩ ପ୍ରତିଶତ ଅଧିକ ।
କମ୍ପାନି ପାଇଁ ବିନିର୍ମାଣ ଏକ ପ୍ରମୁଖ ଯୋଗଦାନକାରୀ ଭାବେ ଉଭା ହୋଇଛି । ଟିପି ସୋଲାରର ଟିକସ ପରବର୍ତୀ ଲାଭ ୧୦୦ କୋଟି ଟଙ୍କା ଥିବା ବେଳେ ରାଜସ୍ୱ ୧୬୧୩ କୋଟି ଟଙ୍କା ରହିଛି । କମ୍ପାନି ୯୪୯ ମେଗାୱାଟର ସୋଲାର ମଡ୍ୟୁଲ ଓ ୯୦୪ ମେଗାୱାଟର ସୋଲାର ସେଲ ଉତ୍ପାଦନ କରିଛି ।
ଟାଟା ପାୱାରର ସଂଚରଣ ଓ ବଂଟନ (ଟିଆଣ୍ଡଡି) ବ୍ୟବସାୟର ଟିକସ ପରବର୍ତୀ ଲାଭ ୨୬ ପ୍ରତିଶତ ବୃଦ୍ଧି ପାଇ ୪୪୦ କୋଟି ଟଙ୍କା ହୋଇଛି । ଓଡ଼ିଶା ଡିସକମଗୁଡ଼ିକର ଟିକସ ପରବର୍ତୀ ଲାଭ ୧୫୬ ପ୍ରତିଶତ ବୃଦ୍ଧି ପାଇ ୧୦୫ କୋଟି ଟଙ୍କା ହୋଇଛି । କମ୍ପାନି ମହାରାଷ୍ଟ୍ରରେ ବଂଟନ ଲାଇସେନ୍ସ ସମ୍ପ୍ରସାରଣ ପାଇଁ ଆବେଦନ କରିଛି । ଭୁଟାନର ସୁଚୁ ଜଳ ବିଦ୍ୟୁତ ପ୍ରକଳ୍ପରୁ ୧୮ ମେଗାୱାଟ ପାଇଁ ବିଦ୍ୟୁତ ବିନିମୟ ଜରିଆରେ ସୀମାପାର ବିଦ୍ୟୁତ ବିକ୍ରି ଆରମ୍ଭ କରିଛି ।
ଏହି ଅବସରରେ ଟାଟା ପାୱାରର ସିଇଓ ଓ ପରିଚାଳନା ନିର୍ଦେଶକ ଡ. ପ୍ରବୀର ସିହ୍ନା କହିଛନ୍ତି ଯେ, ‘ସମସ୍ତ ବ୍ୟବସାୟ କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ ସହିତ ୨୦୨୫-୨୬ ଆର୍ଥôକ ବର୍ଷରୁ ଆମେ ଦୃଢ଼ ଭାବେ ଆରମ୍ଭ କରିଛୁ । ସ୍ୱଚ୍ଛ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ଆମେ ନବସୃଜନ, ଦକ୍ଷତା ଓ ବ୍ୟାପକତାକୁ ବଢ଼ାଉଥିବା ବେଳେ ଆମ ଅକ୍ଷୟ ଶକ୍ତି ପୋର୍ଟଫୋଲିଓ ଆମ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି ।
ଆମ ବିଦ୍ୟୁତ ଉତ୍ପାଦନ ଏବଂ ଟିଆଣ୍ଡଡି ବ୍ୟବସାୟ ଉଲ୍ଲେଖନୀୟ ଲାଭ ପ୍ରଦାନ କରିଛନ୍ତି । ଆମ ଡିସକମଗୁଡ଼ିକ ୧୩ ନିୟୁତ ଗ୍ରାହକଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଉଛନ୍ତି । ସର୍ବାଙ୍ଗୀନ ପ୍ରଦର୍ଶନ ଜରିଆରେ ଆମ ଓଡ଼ିଶା ଡିସକମଗୁଡ଼ିକ ଡିସକମ ସଂସ୍କାରରେ ଜାତୀୟ ମଡେଲ ଭାବେ ଉଭା ହୋଇଛନ୍ତି । ୨୦୩୦ ସୁଦ୍ଧା ୪୦ ନିୟୁତ ଗ୍ରାହକ ସଂଖ୍ୟାରେ ପହଂଚିବା ଲକ୍ଷ୍ୟ ଅନୁସାରେ ଆମେ ମହାରାଷ୍ଟ୍ରର ପ୍ରମୁଖ ଅଂଚଳଗୁଡ଼ିକରେ ଆମ ବିଦ୍ୟୁତ ବଂଟନ ଉପସ୍ଥିତି ବଢ଼ାଇବା ନିମନ୍ତେ ଲାଇସେନ୍ସ ପାଇଁ ଆବେଦନ କରିଛୁ ।
୨୬ ଗିଗାୱାଟରୁ ଅଧିକ ବିଦ୍ୟୁତ ଉତ୍ପାଦନ ପୋର୍ଟଫୋଲିଓ, ଯାହାର ୬୫% ସ୍ୱଚ୍ଛ ଓ ସବୁଜ ଶକ୍ତିରୁ ଆସୁଛି ତାହା ସହିତ ଆମେ ଭାରତର ଶକ୍ତି ପରିବର୍ତନ ଦିଗରେ ଯୋଗଦାନ ଦେଉଥିବାରୁ ଗର୍ବିତ ।’’
ଆଲୋଚ୍ୟ ତ୍ରୈମାସିକରେ କମ୍ପାନି ପକ୍ଷରୁ ଭୁବନେଶ୍ୱର ଓ ଜୟପୁରରୁ ‘ଘର ଘର ସୋଲାର’ ଅଭିଯାନ ଆରମ୍ଭ କରାଯାଇଥିଲା ଯାହା ଏବେ ଛଅଟି ରାଜ୍ୟରେ ସକ୍ରିୟ ରହିଛି ।