ହେଡଲାଇନସ୍:

ନୟାଗଡ ରୋଟାରୀ କ୍ଲବ ଦ୍ୱାରା ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ):- 1866 ମସିହା ଅଗଷ୍ଟ 4 ତାରିଖରେ ପ୍ରଥମେ ପ୍ରକାଶ ପାଇଥିଲା ଓଡିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକା  କର୍ମବୀର ଗୌରୀ ଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସ ଙ୍କର ଅଦମ୍ୟ ପ୍ରଚେଷ୍ଟାରେ l ଯାହାକି ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସହାୟକ ହୋଇଥିଲା l  ସେହି ଦିବସ ଟିକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବରେ ସାରା ଓଡ଼ିଶାରେ ସାଡ଼ମ୍ବରେ  ପାଳନ କରାଯାଉଛି l ନୟାଗଡ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ଏହି ମହାନ ଦିବସରେ ନୟାଗଡ଼ ଜିଲ୍ଲାର ଅର୍ଦ୍ଧ ଶତକକରୁ  ଅଧିକ  ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l କ୍ଲବର ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି  ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ,ମୁଖ୍ୟ ବକ୍ତା  ନୟାଗଡ ପୌର ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ନିରୁପମା ଖଟେଇ,ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସମୟୀ ଆଚାର୍ଯ୍ୟ ଯୋଗଦେଇଥିଲେ l ଉତ୍କଳ ସାମ୍ବାଦିକ ସଙ୍ଘର ନୟାଗଡ ଶାଖା ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ଖଟେଇ ସମାଜ ଗଠନରେ ନିର୍ଭିକ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଘାତ ପ୍ରତିଘାତ ବିଷୟରେ ଅଲୋକପାତ କରିଥିଲେ ଓ ସାମ୍ବାଦିକ ମାନଙ୍କରେ ମୌଳିକ ଆବଶ୍ୟକତା,ଭତ୍ତା, ସୁରକ୍ଷା ପାଇଁ ସରକାରଙ୍କର ଆନ୍ତରିକତା ଲୋଡ଼ିଥିଲେ l  ବରିଷ୍ଠ ସାମ୍ବାଦିକ ଶ୍ରୀ ଚନ୍ଦ୍ର ବିଜୟୀ ମିଶ୍ର, ରାମକୃଷ୍ଣ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ହୁସେନ ଖାଁ, ଜୟେନ୍ଦ୍ର ବେହେରା ପ୍ରମୁଖ ଏହି ଦିବସ ଉପଲକ୍ଷେ ନିଜର ମତାମତ ରଖିଥିଲେ l କ୍ଲବ ସମ୍ପାଦକ ରୋଟାରୀଆନ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ କ୍ଲବର ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ l

0
0
0
s2sdefault