ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ନାରାୟଣ ପୃଷ୍ଟି ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟିକା ସ୍ଵପ୍ନା ଚୌଧୂରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଶ୍ରୀମତୀ ଚୌଧୂରୀ ବିଦ୍ୟାଳୟରେ ଦୀର୍ଘ ୪୨ ବର୍ଷ କାର୍ଯ୍ୟ କରିବା ପରେ ଅବସରଗ୍ରହଣ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦୟନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀମତୀ ଚୌଧୂରୀ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ I ପୂର୍ବତନ ସଂସ୍କୃତ ଶିକ୍ଷକ ବିଶ୍ଵନାଥ ତ୍ରିପାଠି ଗୀତା ପାଠ କରିବା ସହିତ ଶ୍ରୀମତୀ ଚୌଧୁରୀଙ୍କ କର୍ମମୟ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ଅବସରପ୍ରାପ୍ତ ଶିକ୍ଷକ ରମାବଲ୍ଲଭ ବେହେରା, ରାଜେନ୍ଦ୍ର କୁମାର ମଲ୍ଲିକ, ଶିକ୍ଷକ ମିଟୁ ପ୍ରଧାନ, ଶିକ୍ଷୟିତ୍ରୀ ଲଳିତା କୁମାରୀ ସାହୁ ଶ୍ରୀମତୀ ଚୌଧୁରୀଙ୍କ ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରିଥିଲେ I ମିଟୁ ପ୍ରଧାନ ମାନପତ୍ର ପାଠ କରିଥିବା ବେଳେ ଲଳିତା କୁମାରୀ ସାହୁ ବିଦାୟୀ ସଙ୍ଗୀତ ଗାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀ,ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀ,ଛାତ୍ରଛାତ୍ରୀ ଏବଂ ଶ୍ରୀମତୀ ଚୌଧୁରୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ଶ୍ରୀମତୀ ଚୌଧୁରୀଙ୍କୁ ମାନପତ୍ର, ଉପଢ଼ୌକନ, ପୁଷ୍ପଗୁଛ ଏବଂ ଉପହାର ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ମହାସମାରୋହରେ ତାଙ୍କ ବାସ ଭବନରେ ବିଦାୟ ଦିଆଯାଇଥିଲା I
ରାଜ୍ୟ
କନିଷ୍ଠ ସହାୟିକାଙ୍କୁ ଅବସରକାଳୀନ ସମର୍ଦ୍ଧନା
- Hits: 10