ବିଜେପୁର :-ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ରେ ତାଳପଦର ଗ୍ରାମର ଶିବ ମନ୍ଦିର ଠାରେ ଶତାଧିକ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଶନିବାର ସକାଳୁ ସୁଦୂର ନୁରସିଂହନାଥ ଠାରେ ମାନସିକ ପୂର୍ବକ ଜଳ ଉଠାଇ ତାଳପଦର ଅଞ୍ଚଳ ରୁ ପ୍ରାୟ ତିନିଶହ ରୁ ଉର୍ଦ୍ଧ କାଉଡିଆ ଦୀର୍ଘ ୫୨ଘଣ୍ଟା ଖାଲିପାଦ ରେ ଚାଲିଚାଲି ସୋମବାର ସକାଳୁ ତାଳପଦର ରେ ପହଞ୍ଚିଥିଲେ l ଗ୍ରାମ ରେ ମହିଳା ମାନେ କଳସ ବସାଇ ଭକ୍ତ ମାନଙ୍କୁ ସ୍ୱାଗତ କରିଥିଲେ l ତାଳପଦର ଗ୍ରାମରେ ପ୍ରତିବର୍ଷ ପରି ଜଣେ ସମାଜସେଵୀ ଶିକ୍ଷାବିତ ଙ୍କୁ ସମ୍ମାନିତ କରିବାର ବ୍ୟବସ୍ଥା କରାଯାଏ l ଏହି ପରିପେକ୍ଷୀରେ ଦୀର୍ଘ ଚାରି ବର୍ଷ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଥିବା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ବୀରେନ୍ଦ୍ର କୁମାର ଦାଶ ଙ୍କୁ ବୋଲବମ ଭକ୍ତବୃନ୍ଦ ତରଫରୁ ବିଦାୟ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ କରାଯାଇଥିଲା l ଗ୍ରାମରେ ବୋଲବମ ଭକ୍ତ ଓ ସତ୍ୟପ୍ରକାଶ ପଧାନ ଙ୍କ ସହଯୋଗରେ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଥିଲା l ଦୀର୍ଘ ୨୮ବର୍ଷ ଧରି ବୋଲବମ ଭକ୍ତ ଙ୍କୁ ସେବାକରୀ ଆସୁଥିବା ଛିନୁ ପଧାନ ଙ୍କୁ ଉପଢୌକାନ ଦେଇ ସମ୍ବାନିତ କରାଯାଥିଲା l ଅନ୍ନଭୋଗ ରେ ତାଳପଦର ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ରାଜସ୍ବନିରୀକ୍ଷକ ଓ ତାଙ୍କ ସହଯୋଗୀ, ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ଓ ତାଙ୍କ ସହକର୍ମୀ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆନ ର ତାଳପଦର ଶାଖା ର ଶାଖା ପରିଚାଳକ ଦିବ୍ୟ ମହାପାତ୍ର କାର୍ଯ୍ୟକ୍ରମ ରେ ପ୍ରସାଦ ସେବନରେ ଉପସ୍ଥିତ ଥିଲେ l
ରାଜ୍ୟ
ତାଳପଦର ପ୍ରସିଦ୍ଧ ଶୈବପିଠ ରେ ବୋଲବମ ଭକ୍ତଙ୍କ ଭିଡ଼
- Hits: 1042