ସୁବର୍ଣ୍ଣପୁର ଜିଲ୍ଲା ରେ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ପାଳନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଜଣେ ଅଧ୍ୟପକ ଯୌନଆବେଦନ ଓ ନିର୍ଯ୍ୟାତନା ବିରୋଧରେ କଂଗ୍ରେସ ପକ୍ଷରୁ ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି, ବିନିକା, ତରଭା, ଉଲୁଣ୍ଡା,ବୀରମହାରାଜପୁର, ତରଭା, ସୋନପୁର ବ୍ଲକ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖୁବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ବତଃପ୍ରବୃତ ଭାବେ ବନ୍ଦ ରହିଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ରାସ୍ତା ବନ୍ଦ କରିବା ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଗାଡି ଅଟକି ରହିଛି। ଗୁରୁବାର ସକାଳ ୬ ରୁ. ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୧୨ ଘଂଟିଆ ବନ୍ଦ ପାଳନ ରେ ସମସ୍ତ ସ୍କୁଲ, କଲେଜ,ସରକାରୀ,ବ୍ୟାଙ୍କ, ପୋଷ୍ଟ ଅଫିସ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି ।
ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନ୍ଦୋଳନ କରୁଛି । ବ୍ଲକ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ତରେ ଶତାଧିକ କଂଗ୍ରେସ କର୍ମୀ ୨୬ ନଂବର ଜାତିୟ ରାଜପଥ ଡୁଙ୍ଗୁରିପାଲି ଚାରିଛକ ରେ ଅବରୋଧ କରି ବିକ୍ଷୋଭ ପ୍ରଦଶନ କରିଥିଲେ।ବିଭିନ୍ନ ଛକ ରେ ପୋଲିସ ପକ୍ଷରୁ ମୁତାୟାନ କରାଯାଇଛି ।

0
0
0
s2sdefault