ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୌମ୍ୟଶ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଓଡିଶା ବନ୍ଦ ଡାକରାରେ ଓଡିଶା ବନ୍ଦ ରହିଥିବା ବେଳେ ଆଜି ପାରଳାଖେମୁଣ୍ଡି ରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ଥିବା ଦୋକାନ ବଜାର , ଶିକ୍ଷାନୁଷ୍ଠାନ , ଡାକ ଘର , ବ୍ୟାଙ୍କ , ଯାନବାହନ ଚଳାଚଳ ବନ୍ଦ ରହିଥିଲା।
କଂଗ୍ରେସ ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଦଣ୍ଡ ପାଣି ରଇତ ଉପସ୍ଥିତ ରହି ଫ୍ଲାକେଟ ଧରି ବିଭିନ୍ନ ନାରାବାଜି ଦେଇ ବନ୍ଦ କରିଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ , ମହିଳା ସୁରକ୍ଷା ଦାବୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ କୁଶ ପୁତ୍ତୋଳିକା ଦାହ କରିଥିଲେ।
ରାଜ୍ୟ
ପାରଳାଖେମୁଣ୍ଡି ରେ ଓଡିଶା ବନ୍ଦ ସଫଳ
- Hits: 18