ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର-ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟରେ ଜଣେ ଛାତ୍ର ର ଆତ୍ମହତ୍ୟା। ଏନ୍ ସି - ୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମ୍ ରେ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି। ଫ୍ୟାନ୍ ରେ ଝୁଲି ରହିଛି ଛାତ୍ର ର ଶବ। ମୃତ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଗ୍ରାମ ର ହିମାଂସୁ ହୋତା । ବାୟୋଟେକନିକ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର। ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ତଦନ୍ତ ଜାରି ରଖିଛି।