ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଓ ଗଜପତି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରାଜଜ୍ ଙ୍କ ନିର୍ଦ୍ଦେଶକ୍ରମେ ମାମଲାର ସମାଧାନ ନିମନ୍ତେ ଜୁଲାଇରୁ ସେପ୍ଟମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ମଧ୍ୟସ୍ଥତା ମାଧ୍ୟମରେ ପାରିବାରିକ , ରଫା ଯୋଗ୍ୟ , ଦୁର୍ଘଟଣା ଜନିତ , ଘରୋଇ ହିଂସା , ଜମିଜମା ବଣ୍ଟନ , ଜମି ଅଧିକରଣ , ଚାକିରୀ ସଂକ୍ରାନ୍ତୀୟ ଗ୍ରାହକ ସେବା ଜନିତ , ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ଯେପରି ଚେକ୍ ବାଉନ୍ସ , ଋଣ ଆଦାୟ ଇତ୍ୟାଦି ମାମଲା ଗୁଡିକର ବିକଳ୍ପ ସମାଧାନ ପ୍ରକ୍ରିୟା ନିମନ୍ତେ ଶିବିର ଆୟୋଜନ କରାଯାଉଛି। ଅଦାଲତରେ ବିଚାରଧୀନ ଥିବା ମୋକଦ୍ଦମା ଗୁଡିକର ବିଚାର ଅପେକ୍ଷା ନିରେପକ୍ଷ ତୃତୀୟ ବ୍ୟକ୍ତିଙ୍କ ସହାୟତାରେ ବିବାଦର ଗ୍ରହଣଯୋଗ୍ୟ ଓ ସୃଜନାତ୍ମକ ଢଙ୍ଗରେ ସମାଧାନ କରିବା , ବିବାଦର ପରିସମାପ୍ତି ନିମନ୍ତେ ସମାଧାନମୂଳକ ଆଲୋଚନା , କଥାବାର୍ତ୍ତା ଦ୍ବାରା ବିବାଦଲିପ୍ତ ପକ୍ଷଙ୍କ ମଧ୍ୟରେ ଥିବା ମତପାର୍ଥକ ଦୂର କରି ସମାଧାନ ରାସ୍ତା ବାହାର କରିବା ଏହାର ଲକ୍ଷ୍ୟ। ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ। ମଧ୍ୟସ୍ଥତା ଦ୍ଵାରା ମାମଲାର ସମାଧାନ ହେବା ଯୋଗୁଁ ପକ୍ଷ ମାନଙ୍କ ସମୟ ଶ୍ରମ ଓ ଅର୍ଥ ସଞ୍ଚୟ ହୋଇପାରିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜୁଲାଇରୁ ମଧ୍ୟସ୍ଥତା ଅଭିଯାନ
- Hits: 9