ପୁରୀ, (ଅନିମେଶପଟ୍ଟନାୟକ): ପୁରୀକୁ ମହାନଗରନୀଗମ ଘୋଷଣା ପରେ ବ୍ରହ୍ମଗିରିକୁ ଏନଏସି ମାନ୍ୟତା ଦେବା ପାଇଁ ଦାବୀ ହୋଇଛି । ବ୍ରହ୍ମଗିରିରେ ଏବେ ଜନସଂଖ୍ୟା ବୃଦ୍ଧି ପାଉଛି । ବ୍ୟବସାୟିକ କ୍ଷେତ୍ରର କଳେବର ଘଟିଛି । ବଜାରର ସୀମା ବୃଦ୍ଧି ହୋଇଛି । ତେଣୁ ବ୍ରହ୍ମଗିରିକୁ ଏନଏସି ଘୋଷଣା କରିବାକୁ ବ୍ରହ୍ମଗିରି ର ଜଣାଶୁଣା ଆଇନଜୀବୀ ଭାସ୍କର ଜେନା ଦାବୀ କରିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଅଣସର ୧୪ ଦିନ ପ୍ରାୟ ୧୪ଲକ୍ଷ ଶ୍ରଦ୍ଧାଳୁ ଶ୍ରୀ ଅଲାରନାଥ ଙ୍କୁ ଦର୍ଶନ କରିଛନ୍ତି । ଭକ୍ତ ମାନଙ୍କୁ ଗମନାଗମନ, ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିମଳ ଯୋଗାଇବାରେ ଗ୍ରାମ ପଞ୍ଚାୟତ ସମର୍ଥ ହେଉନାହିଁ।ତେଣୁ ବ୍ରହ୍ମଗିରିକୁ ଏନଏସି କରାଗଲେ ବ୍ରହ୍ମଗିରିବାସୀଙ୍କୁ ଅନେକ ସୁବାଧା ମିଳିବା ସହ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହୋଇପାରିବ। ତେଣୁ ଯଥାଶୀଘ୍ର ଏନଏସିର ମାନ୍ୟତା ଦେବାପାଇଁ ଶ୍ରୀ ଜେନା ଦାବୀ କରିଛନ୍ତି ।