ହେଡଲାଇନସ୍:

ସି ଏସ ସି ୧୬ ବର୍ଷ ପୂର୍ତ୍ତି ନିମନ୍ତେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ ବିଭିନ୍ନ ସେବା ର ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା (ଲିପନ ନାଏକ ) ଆଜି ଜନସେବା କେନ୍ଦ୍ର (ସି ଏସ ସି) ର ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କୁ ନିର୍ଭୁଲ ରେ ସେବା ଯୋଗେଇ ଆସୁଥିବା ଏହି ସି ଏସ ସି ୧୬ ବର୍ଷ କୁ ଅବତରଣ କରିଛି l ସିଏସସି ୧୬ ବର୍ଷ ପୂର୍ତ୍ତି ନିମନ୍ତେ ସମଗ୍ର ରାଜ୍ୟରେ ଭି ଏଲ ଇ ଭାଇ ମାନେ ସି ଏସ ସି ର ଜନ୍ମଦିନ ଭାବରେ କେକ କାଟିବା ସହ ବୃକ୍ଷ ରୋପଣ, ବାଇକ ରାଲି ଓ ସିଏସ ସି ର ବିଭିନ୍ନ ସେବା ଉଦଘାଟନ କରି ଉସ୍ୱାହ ଭାବରେ ପାଳନ କରିଛନ୍ତି l
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ରେ ମଧ୍ୟ ଆଜି ବ୍ଲକ ର ସମସ୍ତ ଭିଏଲଇ ଭାଇମାନେ ନିଜ ନିଜ ସେଣ୍ଟର କୁ ଫୁଲ, ବେଲୁନ ସାହାଯ୍ୟ ରେ ସଜାଇ କେକ କାଟି ସେବାକେନ୍ଦ୍ର ର ବିଭିନ୍ନ ସେବା ଉଦଘାଟନ ସହ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରି ଉସ୍ୱାବ ପାଳନ କରିଛନ୍ତି l ଏହି ଅବସରରେ ଆଜି ଜମନକିରା ବ୍ଲକ ପରିସରରେ ଲାଲକୃଷ୍ଣ ଜୟପୁରିୟା, ଶୁଭମ ପଟେଲ, ବବଲୁ ପଟେଲ, ଶୁଭମ ପଟେଲ (୨), ଲକ୍ଷ ହଂସ, ସୌରଭ ପଟେଲ, ଲିପନ ନାଏକ ଙ୍କ ସହ ବ୍ଲକ ର ଅଧିକାଂଶ ଭି ଏଲ ଇ ଭାଇ ଯୋଗ ଦେଇ ଏକା ସାଙ୍ଗରେ ସି ଏସ ସି ର ୧୬ ବର୍ଷ ପୂର୍ତ୍ତି କୁ ଆନନ୍ଦ ଉଲ୍ଲାସ ଭାବରେ ପାଳିତ କରିଥିଲେ l ସେହିପରି ଜମନକିରା ସହ ସମ୍ବଲପୁର,କୁଚିଣ୍ଡା, ବାମରା, ରେଢ଼ାଖୋଲ, ନାକଟିଦେଉଳ, ରେଙ୍ଗାଲି, ଯୋଜମୁରା ଭଳି ବିଭିନ୍ନ ସ୍ଥାନରେ ମଧ୍ୟ୍ୟ ସି ଏସ ସି ର ୧୬ ବର୍ଷ ପୂର୍ତ୍ତି କୁ ନେଇ କେକ କାଟିବା, ବୃକ୍ଷରୋପଣ, ବିଭିନ୍ନ ସେବା କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ କୁ ନେଇ ଜିଲ୍ଲା ପ୍ରମୁଖ ଅସିତ ମହାନ୍ତି ଓ ଦିନେଶ ସାହୁ ସମସ୍ତ ଜିଲ୍ଲା ଭି ଏଲ ଇ ଭାଇ ମାନଙ୍କୁ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଦେବା ସହ ଆଗାଗୁ ମଧ୍ୟ ସିଏସସୀ ଲୋକଙ୍କ ଏହି ଭଳି ଭାବରେ ସବୁସମୟରେ ସୁଖ ଦୁଃଖ ର ସାଥି ହୋଇ ଚାଲି ରହିବ ବୋଲି ବାର୍ତ୍ତା ଦେଇଥିଲେ l

0
0
0
s2sdefault