ହେଡଲାଇନସ୍:

ବାଲୁଗାଁ ମହାବିଦ୍ୟାଳୟରେ ବନମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲୁଗାଁ:(ସେକ କୌସର):ସବୁଜ ପୃଥିବୀ ଓ ମା ପାଇଁ ଗଛଟିଏ ସଂକଳ୍ପ ନେଇ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ଶାଖା ପକ୍ଷରୁ ଆଜି ମିଳିତ ଭାବେ ବନମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ନିଜେ ଏକ ବୃକ୍ଷ ରୋପଣ କରି ସ୍ବେଛାସେବୀ ଓ ଅନ୍ୟ ଛାତ୍ର ଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ l ଏହାପରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ, ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟନାୟକଙ୍କ ତତ୍ତ୍ୱlବଧାନରେ ଆୟୋଜିତ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ବେଛାସେବୀମାନେ ଅଂଶ ଗ୍ରହଣ କରି ମହାବିଦ୍ୟାଳୟ ଓ ଚିଲିକା କୂଳରେ ବିଭିନ୍ନ ପ୍ରକାର ଚାରରୋପଣ କରିଥିଲେ l ଚଳିତ ବର୍ଷ ସେପ୍ଟେମ୍ବର ତିରିଶ ତାରିଖ ପର୍ଯ୍ୟନ୍ତ ଚିଲିକାକୂଳ ଓ ସ୍ଥାନୀୟ ଅଂଚଳରେ "ମା ପାଇଁ ଗଛ ଟିଏ" ଶୀର୍ଷକରେ ବ୍ୟାପକ ବୃକ୍ଷ ରୋପଣ କରାଯିବା ପାଇଁ ଜାତୀୟ ସେବା ଯୋଜନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଶିବ ମହାରଣା, ନୀଳକଣ୍ଠ ଦାସ, ପ୍ରଜ୍ଞାସ୍ମିତା ସାହୁ, ମାମାଲି ହାତୀ, ସନ୍ଧ୍ୟାରାଣୀ ପାଇକରାୟ, ରୁପାଲୀ ପ୍ରଧାନ, ଲଷ୍ମୀପ୍ରିୟା ପ୍ରଧାନ, ରାହୁଲ ଜେନା,ରଶ୍ମିରେଖା ବେହେରl, ତନ୍ମୟ ବାରିକ, ରବିନା ଦାସ, ଚିନ୍ମୟୀ ଦାସ ପ୍ରମୁଖ ସ୍ବେଛାସେବୀ ନିଜ ମା'ଙ୍କ ପାଇଁ ବୃକ୍ଷ ରୋପଣ କରି ସେଗୁଡିକର ଯତ୍ନ ନେବେବୋଲି ସଂକଳ୍ପ କରିଥିଲେ l ଏଥି ସହ ଚିଲିକା କୂଳରେ ସ୍ବେଛାସେଵୀମାନେ ଭବିଷ୍ୟତରେ ବିଦେଶାଗତ ପକ୍ଷୀ ଓ ପଥିକ ମାନଙ୍କ ପାଇଁ ଚିଲିକା କୂଳରେ ଏକ ବରଗଛ ରୋପଣ କରି ଏହାର ସାମୂହିକ ଯତ୍ନ ପାଇଁ ଶପଥ କରିଥିଲେ l

0
0
0
s2sdefault