ହେଡଲାଇନସ୍:

ମହାପ୍ରଭୁଙ୍କ ବଳରାମ ଏବଂ ନୃସିଂହ ଅବତାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଲୀଳା ଚାଲିଥିବା ବେଳେ ବେଲଗୁଣ୍ଠାର ବିଭିନ୍ନ ଆଡ଼ପ ମଣ୍ଡପରେ ମହାପ୍ରଭୁ ଭିନ୍ନ ଭିନ୍ନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି I ଏହି ଅବସରରେ ଗୁରୁବାର ଦିନ ସହରର ବାଲିଡି ସାହି ଆଡ଼ପ ମଣ୍ଡପରେ ଜଗନ୍ନାଥ ବଳରାମ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେକେ ବଡଦାଣ୍ଡ ଆଡ଼ପ ମଣ୍ଡପରେ ଶ୍ରୀ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି I ସେହିପରି ଶୁକ୍ରବାର ସନ୍ଧ୍ୟାରେ ବାଲିଡି ସାହିରେ ମହାପ୍ରଭୁଙ୍କ ଶ୍ରୀ ନୃସିଂହ ବେଶ ଏବଂ ପେଣ୍ଠ ସାହିରେ ଠାକୁରଙ୍କର ବାମନ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଉଭୟ ସାହିରେ ମହା ପ୍ରଭୁଙ୍କ ବିଭିନ୍ନ ବେଶ ଏବଂ ସନ୍ଧ୍ୟା ଆଳତି ଦେଖିବା ପାଇଁ ଆଡ଼ପ ମଣ୍ଡପ ଗୁଡିକରେ ଶହ ଶହ ମହିଳା ଏବଂ ପୁରୁଷ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି I ଘଣ୍ଟ,ଘଣ୍ଟା, ହୁଳୁହୁଳି, ହରିବୋଲ ଶବ୍ଦରେ ଉଭୟ ସାହି ପ୍ରକମ୍ପିତ ହେଉଥିବା ବେଳେ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି I ଦାରୁବ୍ରହ୍ମଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ଟିକେ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ସୃଷ୍ଟି ହେଉଛି I ଶନିବାର ଦିନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ଶୁକ୍ରବାର ଦିନ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା I

0
0
0
s2sdefault