Shasak Prashasak News - Odisha's No1. 24 x 7 Odia Newsportal Shasak Prashasak News - Odisha's No1. 24 x 7 Odia Newsportal

Thursday, 18 Sep 2025
  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ
ହେଡଲାଇନସ୍:
ସରିଗଲା ମହୋତ୍ସବ ରହିଗଲା ସ୍ମୃତି, ସମ୍ମାନିତ ହେଲେ ୧୬ ଜଣ ପ୍ରତିଭା
ସାଇକ୍ଲିଷ୍ଟ ସୁଶିଲ ଦାସ ଙ୍କ ବିୟୋଗ ।
ପୁଅର ଜିଦ ଆଗରେ ହାରମାନିଲେ ପିତାମାତା : ବିଦ୍ୟାଳୟରେ ଗଛ ଲଗାଇଲେ ଛାତ୍ର
ହିନ୍ଦୀ ପକ୍ଷ ଦିବସ ଉଦଯାପିତ
ଦି ୱେଲଥ କମ୍ପାନୀ ପକ୍ଷରୁ ଓଡ଼ିଶାକୁ ଅଣାଯାଇଛି 'ଏମଏଫ ଦିଦି'
ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ସୁରକ୍ଷା ପରାମର୍ଶ ଜାରି କଲା ଟିପିଏସ୍ଓଡିଏଲ୍
ବାସୁଦେବପୁର ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ପାଳନ।
ଠାବ ହେଲା ଅପହୃତା ନାବାଳିକାର ମୃତ ଦେହ
ଗୁଣପୁର ଭାଜପା ତରଫରୁ ଯଶୋସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ଜନ୍ମଦିବସ ପାଳିତ
କୀଟନାଶକ ଖାଇ ଆତ୍ମହତ୍ୟା ସନ୍ଦେହ।

ରାଜ୍ୟ

ଓଡ଼ଗାଁରୁ ଚୋରି ସାମଗ୍ରୀ ଜବତ୍ ଓ ଚୋର ଗିରଫ,

02 July 2025
Hits: 182
Rating:
( 0 Rating )

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ତଳ ଜାରିଙ୍ଗୀ ସାହିର ଚୋରି ଅଭିଯୋଗର ଅଭିଯୁକ୍ତ ମନୋଜ ଓରଫ୍ ମନି ନାୟକ (୪୦)କୁ ଓଡ଼ଗାଁ ପୋଲିସ ମଙ୍ଗଳବାର ଗିରଫ କରିଥିଲେ । ଏବଂ ଆଖୁପଦର ମୈ।ଜାର ଲଟା ବୁଦା ମଧ୍ୟରେ ଲୁଚାଇଥିବା ଚୋରି ସାମଗ୍ରୀକୁ ଜବତ୍ କରିଥିଲେ । ସାମଗ୍ରୀ ଗୁଡ଼ିକ ହେଲା ୨ କଟରମେସିନ, ୧ ଡ୍ରିଲିଂ ମେସିନ, ୧ ଲୁହାକଟା ମେସିନ, ଗୋଟିଏ ପାଣି ପମ୍ପ, ଲୁହା ରଡ୍ ଏପରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ୍ ହୋଇଛି । ଘଟଣାରୁ ପ୍ରକାଶ ଓଡ଼ଗାଁ ଲକ୍ଷ୍ମୀ ବଜାର ନିକଟ ଶ୍ରୀରାମ ନଗର ସାହିର ବିଭୁପ୍ରସାଦ ସାହୁ । ଓଡ଼ଗାଁ କଲେଜ ସାମ୍ନାରେ ନିର୍ମାଣ କରୁଥିବା କୋଠାଘର ନିର୍ମାଣ ପାଇଁ ମିସ୍ତ୍ରୀମାନେ ସେହି ଯନ୍ତ୍ରାଂଶ ଗୁଡ଼ିକ ବ୍ୟବହାର କରୁଥିଲେ । ତେବେ ସମୟ ସୁବିଧା ଲକ୍ଷକରି ସାମଗ୍ରୀ ଗୁଡ଼ିକୁ ମନୋଜ ଚୋରିକରି ଆଣିଥିଲା । ଏନେଇ ବିଭୁପ୍ରସାଦ ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୧୯୧/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସନ୍ଦେହରେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଥିବା ବେଳେ ମନୋଜ ଚୋରିକରି ଥିବା ଜଣାପଡ଼ିଥିଲା । ପରେ ପୋଲିସ ତାକୁ ଗିରଫ କରି ତଦନ୍ତ କରୁଥିବା ବେଳେ ସାମଗ୍ରୀ ସବୁ ଜବତ୍ କରିଥିଲେ । ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତ ଅଧିକାରୀ ଚକ୍ରଧର ସିଂ କହିଛନ୍ତି ।

0
0
0
s2sdefault
twitter
twitter
facebook
google plus
whatsapp
share

 

 

 

 

 

 

 

 

 

 

 

  

 

 

© 2016 Shasak Prashasak News. All Rights Reserved.

Website design & developed by : Mahesh Technology

Search

  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ