ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ଜିରାଙ୍ଗ ଠାରେ ପବିତ୍ର ମହେନ୍ଦ୍ରତନୟା ନଦୀ ନିକଟରେ ବଳଦେବ ଜୀଉଙ୍କ ବହୁ ପୁରାତନ ମନ୍ଦିର ରହିଛି।
ରଥଯାତ୍ରାର ହେରା ପଞ୍ଚମୀ ଦିନ ବହୁ ସଂଖ୍ୟାରେ ଭକ୍ତ ମାନେ ଆସି ନଡ଼ିଆ , କଦଳୀ , ଫୁଲ , ତୁଳସୀ , ଚଣା ସହ ଛେନା ଦହି ଗୁଡ଼ ନଡ଼ିଆରେ ପ୍ରସ୍ତୁତ ପଣା ପୂଜା କରନ୍ତି।
ବଳଦେବ ଜୀଉ ଏଠାରେ ଚଳନ୍ତି ପ୍ରତିମା ଅଟନ୍ତି। ବିଶ୍ୱାସ ରହିଛି ବଳଦେବ ଜୀଉଙ୍କ ନିକଟରେ ମାନସିକ କରି ପୂଜା କରନ୍ତି ଓ ମାନସିକ ଧାରୀଙ୍କର ମାନସିକ ପୂର୍ଣ୍ଣ ହେଲେ ଏଠାକୁ ଆସି ହେରା ପଞ୍ଚମୀ ଦିନ ଲଣ୍ଡା ଅର୍ଥାତ ମୁଣ୍ଡନ ହୁଅନ୍ତି ଓ ପଣା ଯାହାକି ଦହି ଗୁଡ଼ ଛେନା ଦ୍ଵାରା ପ୍ରସ୍ତୁତ କରି ବଳଦେବ ଜୀଉଙ୍କ ନିକଟରେ ଭୋଗ ଲଗାଇଥାନ୍ତି।
ଆଖପାଖ ଅଞ୍ଚଳ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଶତାଧିକ ଭକ୍ତ ଆସି ଏଠାରେ ପୂଜା କରି ନିଜର ମନସ୍କାମନା କରିଯାଆନ୍ତି ଓ ଆସନ୍ତା ବର୍ଷ ନିଜର ମନସ୍କାମନା ପୂର୍ଣ୍ଣ ହେଲେ ଏଠାରେ ପଣା ଭୋଗ ଲଗାଇ ପୂଜା କରନ୍ତି ଓ ମୁଣ୍ଡନ ହୋଇଥାନ୍ତି।
ରାଜ୍ୟ
ଜିରାଙ୍ଗରେ ଏକ ନିଆରା ପରମ୍ପରା ଓ ବିଶ୍ୱାସ ରହିଛି ହେରା ପଞ୍ଚମୀ ଦିନ ମାନସିକ ଧାରୀ ମାନେ ଛେନା ପଣା ଭୋଗ ସହ ଲୋକେ ମୁଣ୍ଡନ (ଲଣ୍ଡା) ହୁଅନ୍ତି -
- Hits: 15