ହେଡଲାଇନସ୍:

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ବ୍ରିଟିଶ ଅତ୍ୟାଚାରଠୁ ବଳିଗଲା ବିଜେପିର ବର୍ବରୋଚିତ ଆକ୍ରମଣ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଶାନ୍ତିପ୍ରିୟ ଓଡ଼ିଶାକୁ କ୍ଷମତା ନିଶାରେ ଅଶାନ୍ତ କରୁଛି ବିଜେପି

  •  ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ


ଭୁବନେଶ୍ୱର, ୦୧/୦୭/୨୦୨୫: ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ଉପରେ ସ୍ପଷ୍ଟ ଦିବାଲୋକରେ ବିଜେପି ନେତାଙ୍କ ଦ୍ୱାରା ହୋଇଥିବା ବର୍ବରୋଚିତ ଓ ମରଣାନ୍ତକ ଆକ୍ରମଣ ଘଟଣା ବ୍ରିଟିଶ ଅତ୍ୟାଚାରଠୁ ମଧ୍ୟ ବଳିଯାଇଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଆକ୍ରମଣକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଏମ୍ସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ସିଧାସଳଖ ଆକ୍ରମଣକାରୀ ମାନେ ଶାସକ ବିଜେପିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୋଲି କହିବା ସହିତ, ବିଜେପି ନେତା ତଥା ଗତ ନିର୍ବାଚନରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଘଟିଛି ବୋଲି କହିଥିଲେ । ଏହି ଘଟଣା ରାଜ୍ୟର ବିର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ନମୁନା ଓ ଶାସକ ବିଜେପି ଦଳର ଅତ୍ୟାଚାର ମନୋବୃତ୍ତିର ପରିଚୟ ।
ଶ୍ରୀ ଅଶୋକ ଣ୍ଡା କହିଥିଲେ, ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗତକାଲି ଶାସକ ଦଳ ଦ୍ୱାରା ଯେଉଁଭଳି ଅମାନୁଷିକ ଓ ଅମାନବୀୟ ଭାବେ ବିଏମସିର ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରାଗଲା ତାହା ଚଳଚ୍ଚିତ୍ରରେ ପ୍ରଦର୍ଷିତ ହେଉଥିବା ଗୁଣ୍ଡାରାଜ ଦୃଶ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିବା, ସମଗ୍ର ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିବା ସହ ଦେଶରେ ଓଡ଼ିଶାର ଛବିକୁ ମଳିନ କରିଛି । ରାଜ୍ୟ ଓଏଏସ୍ ସଙ୍ଘ ଏହି ଘଟଣାରେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଗତ ଏକ ବର୍ଷରେ ବିଭିନ୍ନ ସ୍ଥାନରେ ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ କରିବା ସହ ସେମାନଙ୍କ ସୁରକ୍ଷା ଓ ସମ୍ମାନ ବିଦରେ ପଡିଛି ବୋଲି ଉଲ୍ଲେଖ କରିଛନ୍ତି । ଗତ ଏକ ବର୍ଷ ଧରି ରାଜ୍ୟର ପ୍ରଶାସନିକ ଢାଞ୍ଚା ଉପରେ ଯେଉଁଭଳି ଭାବେ ଆକ୍ରମଣ କରାଯାଉଛି, ତାହା ଗ୍ରହଣୀୟ ନୁହେଁ ।
ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି ଘଟଣାକୁ ନିନ୍ଦା କରିବା ସହିତ, ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ଅିସ୍ ମଧ୍ୟରୁ ଘୋଷାଡ଼ି ଆଣି ଯେଭଳି ବର୍ବରୋଚିତ ଆକ୍ରମଣ କଲେ, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଘଟଣାରେ ଛଅ ସାତ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ, ପୋଲିସ କେବଳ ପାଞ୍ଚ ଜଣଙ୍କୁ ଗିର କରିଛି । ତେଣୁ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଓ ଯାହାଙ୍କ ପ୍ରରୋଚନାରେ ଏହି ଘଟଣା ଘଟିଛି, ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ୧୦୯ ଦଫା ଲଗାଯାଉ । ଏହି ଘଟଣାରେ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସମ୍ପୃକ୍ତି ରହିଛି ଓ ଆକ୍ରମଣକାରୀ ଯୁବକ ମାନଙ୍କ ମଧ୍ୟରୁ ଦୁଇ ଜଣ ତାଙ୍କର ଘନିଷ୍ଠ ସହଯୋଗୀ ବୋଲି ନିଜେ ଶ୍ରୀ ପ୍ରଧାନ ଗଣମାଧ୍ୟମ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ।
ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କହିଥିଲେ, ଗତ ତିରିଶ ବର୍ଷ ଭିତରେ ଏଭଳି ଅମାନବୀୟ କାଣ୍ଡ କେବେ ଘଟିନଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ବ୍ରିଟିଶ ଅତ୍ୟାଚାରଠୁ ମଧ୍ୟ ବଳିଯାଇଛି । ଘଟଣାସ୍ଥଳରେ ଦୁଇ ଜଣ ମହିଳା କର୍ପୋରେଟର ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ସେମାନେ ମଧ୍ୟ ଆକ୍ରମଣକାରୀଙ୍କ ଦ୍ୱାରା ଆହତ ହୋଇଛନ୍ତି । ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ସମସ୍ତ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦିଅନ୍ତୁ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଉପସ୍ଥିତ ଥିଲେ ।

0
0
0
s2sdefault