ହେଡଲାଇନସ୍:

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର ତା ୩୦.୦୬.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୭୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ପାଇଁ ୮ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୨୬ ଟି, ଭତ୍ତା ପାଇବା ପାଇଁ ୮ ଟି, ପୋଲିସ ସହାୟତା ପାଇଁ ୪ ଟି ଏବଂ ଅନ୍ୟାନ୍ୟ ୧୫ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା , ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର, ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ, ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୁଜଙ୍ଗ,ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ, ଭାରପ୍ରାପ୍ତ ତହସିଲଦାର, କୁଜଙ୍ଗ, ଶ୍ରୀ ଅଭିଷେକ ପଣ୍ଡା , ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।

0
0
0
s2sdefault