ହେଡଲାଇନସ୍:

ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁଲାଇ ୧ ରୁ ସମୂହ ଛୁଟିରେ ଓଏଏସ ଅଫିସର

 ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ନିର୍ଭର ପ୍ରତିଶ୍ରୁତି ପରେ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଲା ଓଏଏସ ଅଫିସର ସଂଘ

ଭୁବନେଶ୍ୱର:30/6-ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହା ଫେଲ୍ ମାରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଲେ ଆଇଏଏସ ଅଫିସର ସଂଘ ଓ ଓଏଏସ ଅଫିସର ସଂଘ ଏହାକୁ ତୀବ୍ର ନିନ୍ଦା କରିଛି | ଜୁଲାଇ ୧ ରୁ ସମୂହ ଛୁଟିରେ ଯିବେ ବୋଲି ଓଏଏସ ଅଫିସର ସଂଘ ଘୋଷଣା କରିଛି | 

ଓଏଏସ ଅଫିସର ସଂଘର ଏହି ଚେତାବନୀ ପରିପ୍ରେକ୍ଷୀରେ ସଂଘ ସହ ମୁଖ୍ୟମଂତ୍ରୀ ଆଲୋଚନା କରିଥିଲେ |  ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ନିର୍ଭର ପ୍ରତିଶ୍ରୁତି ପରେ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଲା ଓଏଏସ ଅଫିସର ସଂଘ. ଅପରାଧୀ ଓ ସେମାନଙ୍କ ପଛରେ ଥିବା ଷଡଯନ୍ତ୍ରକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ସଙ୍ଘ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି.
Imageଆଜି ବିଏମସି ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ୬/୭ ଜଣ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଜେପିର କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲା। ଏହି ଘଟଣାର ପ୍ରଚ୍ଛଦପଟରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନ ରହିଥିବା ଅଭିଯୋଗ ହୋଇଛି।

Image

0
0
0
s2sdefault