ହେଡଲାଇନସ୍:

ବରାହ ବେଶ ଓ ନାରାୟଣ ବେଶରେ ଦର୍ଶନ ଦେଲେ ଜଗନ୍ନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- 30/06,ବେଲଗୁଣ୍ଠାର ଶ୍ରୀଜଗନ୍ନାଥ ମହାପ୍ରଭୁ ମାଉସୀମା' ମନ୍ଦିରରେ ପହଞ୍ଚବା ପରେ ଦ୍ୱିତୀୟ ଦିନ ପେଣ୍ଠ ସାହି ରେ ବରାହ ଅବତାରରେ ଭକ୍ତଙ୍କୁଦର୍ଶନ ଦେଇଛନ୍ତି।
ସେହିପରି ବାଲିଡ଼ି ସାହିରେ ଜଗନ୍ନାଥ ନାରାୟଣ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ଦୁଷ୍ଟଙ୍କୁ ଦଳନ କରିବା ଓ ଶିଷ୍ଟ ପାଳନାର୍ଥେ ଭଗବାନ ଧରାପୃଷ୍ଟ ରେ ଜନ୍ମଗ୍ରହଣ କରନ୍ତି
ଭଗବାନ ବରାହ ଓ ନାରାୟଣ ଅନତାରରେ ପୃଥିବୀରେ ଅବତରଣ କରି ଦୁଷ୍ଟଙ୍କୁ ଦଳନ କରି ଥିବା ପୌରାଣିକ ଗ୍ରନ୍ଥରେ ଲେଖାଯାଇଛି ବହୁ ଭକ୍ତ ଦାରୁବ୍ରହ୍ମଙ୍କ ବରାହ ବେଶ ଓ ନାରାୟଣ ବେଶ ଅବତାରରେ ପୂଜାର୍ଚ୍ଚନା କରିବା ସହ ବହୁ ଭକ୍ତ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଠାକୁରଙ୍କ 108 ଆଳତି ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା l ସମ୍ପ୍ରତି ପ୍ରଭୁଙ୍କ ଦ୍ୱିତୀୟ ଅବତାର ବରାହଅବତାର ବେଶ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଆବେଗ ଥିବା ଜଣାପଡ଼ିଥିଲା। ସେହିପରି ବାଲିଡ଼ିସାହିରେ ନାରା ୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

0
0
0
s2sdefault