ହଜାର ହଜାର ସଂଖ୍ୟାରେ ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି
ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟାତ୍ମିକ ଉତ୍ସବ ହୋଇଛି- ଏହା ଏହିଭଳି ଏକ ମୁହୂର୍ତ୍ତ ଯେତେବେଳେ ଲକ୍ଷ ଲକ୍ଷ ଲୋକ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ପଛେ ପଛେ ଏକାନ୍ତ ବିଶ୍ୱାସର ସହିତ ଏକତ୍ର ଚାଲିଥାନ୍ତି । ସନ୍ଫିଷ୍ଟ ମାରୀ ଲାଇଟ୍ ଚଳିତ ବର୍ଷ ଏହି ଚିରନ୍ତନ ପରମ୍ପରାକୁ ଏକ ଚିନ୍ତନଶୀଳ ଢଙ୍ଗରେ ସମର୍ଥନ କରୁଛି ।
ଋଥଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ ପ୍ରଖର ସୂର୍ଯ୍ୟକିରଣକୁ ଦୀର୍ଘ ସମୟ ସହ୍ୟ କରୁଥିବାବେଳେ, ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ଆଶ୍ୱସ୍ତି ଏବଂ ଶ୍ରଦ୍ଧାର ପ୍ରତୀକ ଭାବରେ ଉଭା ହୋଇଛି । ବ୍ରାଣ୍ଡ୍ ଏକ ଶୀତଳ ଅନୁଭୂତି ପ୍ରଦାନକାରୀ- ସୂର୍ଯ୍ୟ ବରଦାନ ଟୋପି ଉନ୍ମୋଚନ କରିଛି ଯେଉଁଥିରେ ବିଶ୍ୱାସଭାବ ଏବଂ ସୂର୍ଯ୍ୟଙ୍କର ଆଶୀର୍ବାଦ ଅନ୍ତର୍ନିବେଶ ହୋଇଛି । ଏହି ଟୋପି ଚନ୍ଦନ କାଠରେ ଏକ ସ୍ୱତନ୍ତ୍ର ମେନ୍ଥୋଲ ଆସ୍ତରଣ ସହିତ ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟ କିରଣ ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଉପରେ ପଡିଲେ ତାହା ଟୋପିରେ ମେନ୍ଥୋଲର ଶୀତଳିକରଣ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ସେଥିପାଇଁ ଗରମ ଅନୁଭବ କରିବା ପରିବର୍ତ୍ତେ ସୂର୍ଯ୍ୟ କିରଣ ଆପଣଙ୍କୁ ଶୀତଳ ଅନୁଭବ ପ୍ରଦାନ କରିବ ଏବଂ ସେହି ସମୟରେ ଆପଣ ଚନ୍ଦନକାଠର ଶାନ୍ତି ପ୍ରଦାନକାରୀ ସୁଗନ୍ଧର ଅନୁଭୂତି ପାଇପାରିବେ ଏବଂ ଏହା ଭକ୍ତମାନଙ୍କୁ ଭକ୍ତିରସରେ ପରିପୂର୍ଣ୍ଣ ଏକ ଥଣ୍ଡା ମସ୍ତିଷ୍କ ସହିତ ନୈସର୍ଗିକ ଯାତ୍ରାରେ ଆଗେଇନେବ ।
ଶ୍ରୀ ଅଲି ହାରିସ୍ ଶେରେ, ଚିଫ୍ ଅପରେଟିଂ ଅଫିସର, ବିସ୍କୁଟ୍ସ୍ ଆଣ୍ଡ କେକ୍ସ୍ କ୍ଲଷ୍ଟର, ଫୁଡ୍ସ୍ ଡିଭିଜନ, ଆଇଟିସି ଲିମିଟେଡ ମତଦେଇ କହିଥିଲେ, “ଶକ୍ତି, ସାମର୍ଥ୍ୟ ଓ ଜୀବନର ପ୍ରତୀକ ହୋଇଥିବା ସୂର୍ଯ୍ୟ ଆମ ବ୍ରାଣ୍ଡ୍ର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ସନ୍ଫିଷ୍ଟ ମାରୀ ଲାଇଟ୍ରେ ଆମର ବିସ୍କୁଟଗୁଡିକ ସୂର୍ଯ୍ୟସ୍ନାତ ଗହମରୁ ପ୍ରସ୍ତୁତ ହେଉଛି ଏବଂ ସେହି ଆତ୍ମୀୟତାର ଭାବ ଏବଂ ଯନôକୁ ଆମେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର କରୁଛୁ । ସୂର୍ଯ୍ୟ ବରଦାନ ଟୋପି ପରମ୍ପରାକୁ ସମ୍ମାନ ଜଣାଇବା ନିମନ୍ତେ ଆମର ପ୍ରୟାସ ଏବଂ ସେହି ସମୟରେ ଆମେ ପୁରୀ ରଥଯାତ୍ରା ଭକ୍ତମାନଙ୍କ ନିମନ୍ତେ ଚିନ୍ତନଶୀଳ ଆରାମ ଯୋଗାଇ ଦେଉଛୁ ।”
କ୍ଷେତ୍ରସ୍ତରରେ ସ୍ଥାପନ କରାଯାଇଥିବା ଏକ୍ସପେରିଏନ୍ସ ଜୋନ୍ଗୁଡିକରୁ ରଥ ଯାତ୍ରା ଦିନ ହଜାର ହଜାର ସଂଖ୍ୟାରେ ଟୋପି ବଣ୍ଟନ କରାଯାଇଥିଲା । ଟୋପିର ବ୍ୟବହାରିତା ଦୃଷ୍ଟିରୁ କେବଳ ନୁହେଁ, ତାହାସହିତ ସେମାନେ ଯେଉଁ ଶକ୍ତି ତଳେ ଚାଲୁଛନ୍ତି ତାହାଦ୍ୱାରା ପରିପୋଷଣ ହେବାର ପ୍ରତୀକାତ୍ମକ ବାର୍ତ୍ତା ପାଇଁ ତୀର୍ଥଯାତ୍ରୀମାନେ ଏହାକୁ ଅତ୍ୟନ୍ତ ଆଗ୍ରହର ସହିତ ଗ୍ରହଣ କରିଥିଲେ ।
ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଅର୍ଚିତା ସାହୁ ମଧ୍ୟ ଏହି ଯାତ୍ରାରେ ସନ୍ଫିଷ୍ଟ ମେରୀ ଲାଇଟ୍ ସହିତ ସାମିଲ ହୋଇ ଏହି ପ୍ରୟାସ ପ୍ରତି ନିଜର ସମର୍ଥନ ଯୋଗାଇ ଦେଇଥିଲେ । ସେ କ୍ଷେତ୍ରସ୍ତରରେ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହିତ ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ବଣ୍ଟନରେ ସହାୟତା କରିଥିଲେ ।
ପୁରୀ ରାସ୍ତାଗୁଡିକୁ ସୂର୍ଯ୍ୟ ନିଜ ଆଲୋକରେ ଉଦ୍ଭାସିତ କରିବା ସମୟରେ ସନ୍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ପ୍ରଶାନ୍ତି ଏବଂ ଚିନ୍ତନଶୀଳ ଉପସ୍ଥିତି ପାଲଟିଥିଲା- ଯାହା ଭକ୍ତମାନଙ୍କ ସହିତ ଚାଲିବା ସାଙ୍ଗକୁ ବଡଦାଣ୍ଡରେ ପ୍ରତ୍ୟେକଟି ପାଦରେ ସେମାନଙ୍କୁ ସମର୍ଥନ ପ୍ରଦାନ କରୁଥିଲା ଏବଂ ସେମାନଙ୍କୁ ସ୍ମରଣ କରାଇ ଦେଉଥିଲା ଯେ ଭଗବାନଙ୍କୁ କେବଳ ପୂଜା କରାଯାଏନାହିଁ, ତାହାସହିତ ଯନôର ପ୍ରତ୍ୟେକ ଭାବରେ ମଧ୍ୟ ତାଙ୍କୁ ଅନୁଭବ କରିହୁଏ ।