ବାସୁଦେବପୁର - ଶନିବାର ବିଶ୍ଵ ଯୋଗ ଦିବସ ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ପାଳିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ବାସୁଦେବପୁର ରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍ ରେ ଯୋଗ ଶିବିର ଆୟୋଜନ ହୋଇ ଯାଇଛି। ଯୋଗ ଗୁରୁ ଶଶାଙ୍କ ଶେଖର ସାମଲ ଉପସ୍ଥିତ ରହି ଯୋଗ ଶିକ୍ଷା ଦେଇଥିଲେ। ଏହି ଅବସର ରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବିଡିଓ ତନ୍ମୀତା କର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ,ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି, ଉଦୟ ନାରାୟଣ ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଉପସ୍ଥିତ ରହି ଯୋଗ ଶିବିର ରେ ଭାଗ ନେଇ ଥିଲେ। ପୌର ପରିଷଦ ଓ ପଞ୍ଚାୟତ ସମିତି ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସାଧାରଣ, ଯୁବକ, ଛାତ୍ର ଛାତ୍ରୀ ମାନେ ଯୋଗ ଶିବିର ରେ ଯୋଗ ଦେଇଥିଲେ।
ଆର୍ଯ୍ୟ ସମାଜ ପକ୍ଷ ରୁ ଯୋଗ ଦିବସ ପାଳିତ। ବାସୁଦେବପୁର ରେ ଥିବା କୈଳାଶ ଶିଖର ରେ ଆର୍ଯ୍ୟ ସମାଜ ପକ୍ଷ ରୁ ଯୋଗ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବିରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ର ଉପକାରିତା ସମ୍ପର୍କରେ ଉପସ୍ଥିତ ଜନ ସାଧାରଣ, ଯୁବକ, ମହିଳା ମାନଙ୍କୁ ନିଜ ବକ୍ତବ୍ୟ ରେ ବୁଝାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ସମାଜସେବୀ ମନୋଜ କୁମାର ନାୟକ,ଯୋଗ ଗୁରୁ ଶଶାଙ୍କ ଶେଖର ସାମଲ,, ସମାଜସେବୀ ଓ ଆଡଭୋକେଟ ପ୍ରଦୀପ କୁମାର ମହାନ୍ତି, କୈଳାଶ ନାଥ, ସରପଂଚ ଅରୁଣ କୁମାର ମହାନ୍ତି ଯୋଗ ଦେଇଥିଲେ। ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରୁ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ରହି ଥିଲେ।