ଜଗତସିଂହପୁର,ତା ୨୧.୦୬.୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଶୀର୍ଷକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗ ଅଭ୍ଯାସ କରାଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ଯୋଗ ପ୍ରଶିକ୍ଷକ ନିହାର ରଞ୍ଜନ ସ୍ଵାଇଁ, ମହିଳା ଅଦାଲତ ବିଚପତି ସ୍ଵପ୍ନାଶ୍ରୀ ନାୟକ, ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିହିର କୁମାର ପାଳ, ଉପ ଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିରଞ୍ଜନ ଦାସ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍କିତ ଦେୱାଙ୍ଗନ, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ଆଇନଜୀବୀ, ପାରା ଲିଗଲ ସ୍ବେଛାସେବୀ, ଅଦାଲତର କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ । ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରତିହାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏକ ସୁସ୍ଥ ଜୀବନ ପାଇଁ ଯୋଗ ଓ ଏକାଗ୍ରତା ନିତ୍ୟାନ୍ତ ଆବଶ୍ୟକ । ଯୋଗର ଅବଶ୍ୟକତାକୁ ଲକ୍ଷରକ୍ଷୀ ମିଳିତ ଜାତି ସଂଘର ନିର୍ଦେଶ କ୍ରମେ ପ୍ରତେକ ବର୍ଷ ଜୁନ ମାସ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ଵର ସମସ୍ତ ଦେଶରେ ପାଳନ କରାଯାଏ । ଯୋଗ କରିବା ଦ୍ଵାରା ଏକାଗ୍ରତା ବଢିବା ସହ ଶରୀର ସୁସ୍ଥ ରହେ । ଯୋଗ ଦ୍ଵାରା ବିଭିନ ମାନବୀୟ ଗୁଣକୁ ନିୟନ୍ତ୍ରଣ କରାଯାଇଥାଏ ଯାହାଫଳରେ ମଣିଷକୁ ପ୍ରକୃତି ସହ ଖାପଖାଇ ବଞ୍ଚିବାକୁ ସହଜ ହୋଇଥାଏ । ମନରେ ଶାନ୍ତି ବଜାଇ ରଖିବା ପାଇଁ ଯୋଗ ଅତ୍ୟନ୍ତ ଜରୁରୀ । ପ୍ରତେକ ଦିନ ଆମେ ସମସ୍ତେ ଯୋଗ କରିବା ସହ ଅନ୍ୟମାନକୁ ଯୋଗ ଅଭ୍ଯାସ କରିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ ବୋଲି ଅଧ୍ଯକ୍ଷ ଶ୍ରୀ ପ୍ରତିହାରୀ କହିଥିଲେ । ଏହାପରେ ଯୋଗ ପ୍ରଶିକ୍ଷକ ଶ୍ରୀ ସ୍ଵାଇଁ ବିଭିନ୍ନ ଯୋଗ ଅଭ୍ଯାସ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
- Hits: 41