ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଉତ୍ସାହ ସହ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ ୨୧/୬/ ୨୦୨୫ – ଆଦିତ୍ୟ ଅଲୁମିନା ରିଫାଇନେରୀ, କଂସାରିଗୁଡ଼ା ପକ୍ଷରୁ ଆଜି 'ଏକ ସ୍ବାସ୍ଥ୍ୟ ଓ ପୂର୍ଥିବୀ ପାଇଁ ଯୋଗ' ବିଷୟବସ୍ତୁକୁ ନେଇ ଉତ୍ସାହର ସହ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରରେ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ତଥା ଅନ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରକଳ୍ପ ମୁଖ୍ୟ ତଥା ଅଧ୍ୟକ୍ଷ ଶ୍ରୀ ମଜହର୍ ବେଗଙ୍କ ତତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହାଡମ୍ବରରେ ପାଳିତ ହୋଇଥିବାବେଳେ ଆଦିତ୍ୟ ଅଲୁମିନା ରିଫାଇନେରୀର ସମସ୍ତ କର୍ମଚାରୀ, ସମୁଦାୟ ନେତାମାନେ ଓ ସ୍ଥାନୀୟ ଲୋକେ ଅଂଶଗ୍ରହଣ କରିଥିଲେ। ଯୋଗ ଓ ଏହା ଦ୍ଵାରା ସମଗ୍ର ସ୍ୱାସ୍ଥ୍ୟ ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଆସନ ପେଷାଦାର ଶିକ୍ଷକ ଶ୍ରୀ ବିଶ୍ନବ ବାଘ ନେତୃତ୍ୱ କରିଥିବାବେଳେ ବିଭିନ୍ନ ଯୋଗ ଆସନ ଓ ଶ୍ୱାସ-ପ୍ରଶ୍ୱାସ ପ୍ରଣାଳୀ ମାଧ୍ୟମରେ ଯୋଗ ସମ୍ପର୍କିତ ଶିକ୍ଷା ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏବଂ ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ସ୍ବାସ୍ଥ୍ୟ, ସୁସ୍ଥ ପୁର୍ଥିବୀ ପାଇଁ ଯୋଗ" ସମ୍ପର୍କରେ ଶ୍ରୀ ବାଗ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଯୋଗ ଶିକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଦୈନିକ ଜୀବନରେ ଯୋଗକୁ ଆପଣାଇ ଶାରୀରିକ ସୁସ୍ଥ ଓ ମାନସିକ ଶାନ୍ତି ହାସଲ ପାଇଁ ପ୍ରେରିତ କରିଥିଲେ।

ସମ୍ପ୍ରତି ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଆଦିତ୍ୟ ଅଲୁମିନା ରିଫାଇନେରୀର ସମଗ୍ର ସ୍ୱାସ୍ଥ୍ୟ ଓ ସ୍ଥାନୀୟ ସମୁଦାୟ ସହିତ ସଂଘଟିତ ସମ୍ପର୍କ ଗଢିବା ନେଇ ଦୃଢ଼ ସଙ୍କଳ୍ପକୁ ପ୍ରଦର୍ଶିତ କରିଛି।

0
0
0
s2sdefault