ଭୁବନେଶ୍ୱର: ଏକ ଲୋକପ୍ରିୟ ଫୁଟ୍ୱେୟାର ଓ ଆକ୍ସେସରିଜ ବ୍ରାଣ୍ଡ ଶ୍ରୀଲେଦର୍ସ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ନୂଆଗାଁଠାରେ ଏହାର ବିଶାଳ, ସମ୍ପୂର୍ଣ୍ଣ ବାତାନୁକୂଳିତ ଶୋ’ରୁମର ଉଦ୍ଘାଟନ କରାଯାଇଛି । ଉକ୍ତ ଷ୍ଟୋରଟି ୫୨୦୦ ବର୍ଗ ଫୁଟ୍ ଅଂଚଳରେ ଅବସ୍ଥାପିତ ଥିବା ସମୟରେ ପାର୍କିଂ ପାଇଁ ଯଥେଷ୍ଟ ସ୍ଥାନ ରହିଛି । ଜୁନ ୧୪ ତାରିଖରେ ଏହି ଉଦ୍ଘାଟନ ସମାରୋହକୁ ମିଳିତ ଭାବେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଓ ସୁଭାଶିଷ ଦେ’ ପରିଚାଳନା କରିବେ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ସୁଭାଶିଷ ଦେ’ କହିଛନ୍ତି, “ଶ୍ରୀଲେଦର୍ସ ପ୍ରଥମେ ୧୯୫୨ ମସିହାରେ ୧୦୦, ସାକ୍ଚି ମାର୍କେଟ, ଜାମସେଦପୁରଠାରୁ ଏହାର ଯାତ୍ରା ଆରମ୍ଭ କରିଥିଲା । ଶ୍ରୀଲେଦର୍ସକୁ ତାଙ୍କର ସ୍ୱର୍ଗତ ଜେଜେ ବାପା ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦେ’ ସ୍ଥାପନ କରିଥିଲେ, ଯିଏକି ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟୋଗୀ ଥିଲେ । ବିଗତ ବର୍ଷଗୁଡିକରେ ସଫଳତାର ସହ ଶ୍ରୀଲେଦର୍ସ ଦେଶର ବିଭିନ୍ନ ଅଂଶକୁ ସମ୍ପ୍ରସାରିତ ହୋଇଛି, ଯାହା ଗୁଣବତା ଓ ବିଶ୍ୱାସର ଏକ ବିରାସତ ସୃଷ୍ଟି କରିଛି ।
ଶ୍ରୀଯୁକ୍ତ ଦେ’ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ କମ୍ପାନୀର ପ୍ରତିଷ୍ଠାତା ତଥା ତାଙ୍କ ପିତା ସ୍ୱର୍ଗତଃ ଆଶିଷ ଦେ’ଙ୍କ ଦ୍ୱାରା ସ୍ଥାପିତ ମୂଲ୍ୟବୋଧ ଓ ସିଦ୍ଧାନ୍ତକୁ ଜାରି ରଖିବା ପାଇଁ ପ୍ରତିବଦ୍ଧ ରହିଛନ୍ତି । ନୂଆକରି ଲଂଚ ହୋଇଥିବା ଭୁବନେଶ୍ୱର ଶୋ’ରୁମ ସ୍ୱର୍ଗତଃ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦେ’ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ରହିଛି । ଉତ୍ପାଦଗୁଡିକ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀଯୁକ୍ତ ଦେ କହିଛନ୍ତି, “ଏହି ନୂତନ ଶୋ’ରୁମ ଏକ ବିସ୍ତୃତ ରେଞ୍ଜର ଉଚ୍ଚମାନର ଆଧୁନିକ ଡିଜାଇନଗୁଡିକୁ ପ୍ରଦର୍ଶିତ କରିବ ଯେଉଁଥିରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ଫୁଟ୍ୱେୟାର, ସ୍ପୋର୍ଟସ ସୁ, ବେଲ୍ଟ, ୱାଲେଟ, ଲେଡିସ୍ ହ୍ୟାଣ୍ଡବ୍ୟାଗ, ସ୍କୁଲ ବ୍ୟାଗ, ସୁଟ୍କେସ, ବ୍ରିଫକେସ ଆଦି ସାମିଲ ରହିଛି ।
ଶ୍ରୀଯୁକ୍ତ ଦେ’ ଓ ଶ୍ରୀଯୁକ୍ତ ଅଗ୍ରୱାଲ ମିଳିତ ଭାବେ ସ୍ୱତନ୍ତ୍ର ଉଦ୍ଘାଟନୀ ଅଫରଗୁଡିକ ସମ୍ପର୍କରେ ଘୋଷଣା କରିଛନ୍ତି ଯେଉଁଥିରେ ୧୦୦୦ ଟଙ୍କାରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ରୟ ଉପରେ ୧୦%ର ସ୍ୱତନ୍ତ୍ର ରିହାତି ଏବଂ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ୧୫%ର ସ୍ୱତନ୍ତ୍ର ରିହାତି ସାମିଲ ରହିଛି । ଏହି ଆକର୍ଷଣୀୟ ଅଫରଗୁଡିକ ଆସନ୍ତା ଜୁନ ୩୦ ତାରିଖ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ । ଶ୍ରୀଲେଦର୍ସ ଏହାର ବ୍ରାଣ୍ଡ ଦର୍ଶନ ‘ଆନ୍ତର୍ଜାତୀୟ ସ୍ତର, ସଠିକ ମୂଲ୍ୟ’କୁ ଦୃଢ ଭାବେ ସମର୍ଥନ କରୁଛି, ଯାହା ସୁଲଭ ମୂଲ୍ୟରେ ସର୍ବୋତମ ମାନର ଉତ୍ପାଦ ସୁନିଶ୍ଚିତ କରୁଛି । ଏହି ଶୋ’ରୁମକୁ ଏଭଳି ଉପାୟରେ ଡିଜାଇନ କରାଯାଇଛି ଯେ, ଗ୍ରାହକମାନେ ସହଜରେ ଓ ଆରାମରେ ଏକ ବିସ୍ତୃତ କଲେକ୍ସନକୁ ଏକ୍ସପ୍ଲୋର କରିପାରିବେ । ଶ୍ରୀଲେଦର୍ସ ଲିଙ୍ଗିପୁରର ଫ୍ରାଂଚାଇଜି ଶ୍ରୀଯୁକ୍ତ ଉମଙ୍ଗ ଅଗ୍ରୱାଲ ଗ୍ରାହକ ସେବା ଓ ବିକ୍ରି-ପରବର୍ତୀ ସେବାଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।