ହେଡଲାଇନସ୍:

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୬ଷ୍ଠ ଦିନ: ଏମ୍ପୋରିୟର ଇଲେଭେନ ଓ ଏସ ଆର ଏସସି ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ଶୁକ୍ରବାର ଷଷ୍ଠ ଦିନରେ ୨ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଏମ୍ପୋରିୟର ଇଲେଭେନ ଓ ଏସ ଆର ଏସି ଦଳ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚରେ ବ୍ରଦର୍ଶ ଇଲେଭେନ ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୩ ଓ୍ବିକେଟ ହରାଇ ୮୧ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରତିପକ୍ଷ ଏମ୍ପରର ଇଲେଭେନ ଏହାର ମୁକାବିଲା କରିବାକୁ ଯାଇ ୪.୪ ଓଭରରେ ୧ ଓ୍ବିକେଟ ବିନିମୟରେ ୮୪ ରନ୍ କରି ମ୍ୟାଚ ବିଜୟ ହୋଇଥିଲା । ବିଜୟୀ ଦଳର ତିତିଲି ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ଦ୍ବିତୀୟ ମ୍ୟାଚ୍ ଏସ ଆର ଏସସି ଟସଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୨ ଓ୍ବିକେଟ ବିନିମୟରେ ୧୪୬ ରନ୍ ସଂଗ୍ରହ କରିଥିଲେ । ଏହାର ମୁକାବିଲା କରିବାକୁ ଯାଇ ଇନଭିଜିବୁଲ ଇଲେଭନ ନିର୍ଦ୍ଧାରିତ ଓଭରେ ୫ ଓ୍ବିକେଟ ହରାଇ ୭୨ ରନ୍ ସଂଗ୍ରହ କରି ୪୪ ରନ୍ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ବିଜୟୀ ଦଳର କିଶନ୍ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । କିଶନ, ତନ୍ମୟ, ଶୁଭମ୍, ସୈାରଭ, ରାମେଶ୍ବର, ଅଜିତ ଆଜିର ଖେଳ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ଖେଳ ମଣିଷ ଦିବାକର ନାୟକଙ୍କ ତତ୍ବାବଧାନରେ ସମସ୍ତ ପରିଚାଳନା ହୋଇଥିଲା ।

0
0
0
s2sdefault