ଚିଲିକା:(ସେକ କୌସର):ବିଜେପି ସରକାର ଏକ ବର୍ଷ ପୂର୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ବିକାଶ ବାହାନ ରଥ ଶୁଭାରମ୍ଭ କରାଯାଇଛି । ଚିଲିକା ବ୍ଳକ ପରିସରରେ ରଥକୁ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥିଲା ପରେ ଏହି ରଥ ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତ ପହଞ୍ଚିବା ପରେ ଚଣ୍ଡେଶ୍ୱର ସରପଞ୍ଚ ଲିପାଲିନି ମହାପାତ୍ର ସମେତ ମହିଳା ମାନେ ରଥକୁ ସ୍ବାଗତ କରିଥିଲେ । ଏକ ବର୍ଷ ମଧ୍ୟରେ ସରକାର ବିଭିନ୍ନ ଯୋଜନା ମାଧ୍ଯମରେ ଲୋକ ପାଖରେ ପହଞ୍ଚି ପାରିଛି ବୋଲି ଲୋକଙ୍କୁ ବୁଝାଇବା ସହିତ ଯେଉଁ ହିତାଧିକାରୀ ମାନେ ସରକାର ଙ୍କ ଯୋଜନାରୁ ବଂଚିତ ଥିଲେ ଆଜି ସେମାନଙ୍କୁ ସମସ୍ତ ସୁବିଧା ମିଳି ପାରିଛି । ଚିଲିକା ବିଡ଼ିଓ ପୁନମ ମହାପାତ୍ର ତତ୍ୱ ଅଵଦାନରେ ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତରେ ରଥ ପରିକ୍ରମା କରିବା ପରେ ଉପସ୍ଥିତ ଥିବା ସରପଞ୍ଚ ଲିପାଲିନି ମହାପାତ୍ର , ପୂର୍ବତନ ସରପଞ୍ଚ ସୁଧାକର ରଣା , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅଞ୍ଜଳି ବାଳା ମଲ୍ଲିକ , APO ରୋଜାଲିନୀ ଶ୍ରୀଚନ୍ଦନ ,BPM ବିଜୟ ସାହୁ , ଖୋର୍ଦ୍ଧା ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଜୀବନ୍ତ କୁମାର ଆଚାର୍ଯ୍ୟ ,ସହକାରୀ ମସ୍ୟଅଧିକାରୀ ଆଲୋକ ସେଠି , ବ୍ଲକ କୃଷି ଅଧିକାରୀ ସୋମ୍ୟ ରଞ୍ଜନ ସାହୁ ,ଉଦ୍ୟାନ କୃଷି ବିଭାଗ କୃଷ୍ଣଚନ୍ଦ୍ର ପ୍ରଧାନ , ପଞ୍ଚାୟତ ADEO ସୁଭ୍ରାନ୍ତ ଖଟାଇ , ରାଜସ୍ବ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସମସ୍ତ ମହିଳା ମା ମାନେ ଆଶା କର୍ମୀ , ଅଙ୍ଗନ ୱାଡ଼ି ୱାର୍କର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରାଜ୍ୟ
ଚିଲିକାରେ ବିକାଶ ବାହନର ଶୁଭାରମ୍ଭ
- Hits: 12