୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୫ମ ଦିନ
ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ଗୁରୁବାର ୫ମ ଦିନରେ ଇଲାଇଟ୍ ଇଗଲ, ଏମ୍ପୋରିୟର ଇଲେଭେନ, ହାପି ଇଲେଭେନ ଓ ଡାଇନୋମିକ କିଙ୍ଗସ୍ ଦଳ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚ୍ ସ୍ମାଇଲ ଇଲେଭେନ ଓ ଇଲାଇଟ୍ ଇଗଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ମାଇଲ ଇଲେଭେନ ଟସଜିତି ୧୦ ଓଭର ବିନିମୟରେ ସମସ୍ତ ଉଇକେଟ ହରାଇ ୬୫ ରନ୍ କରିଥିଲେ । ତେବେ ପ୍ରତିପକ୍ଷ ଇଲାଇଟ ଇଗଲ୍ସ ନିର୍ଦ୍ଧାରିତ ୧୦ ଓଭରରେ ୫ ୟୁକେଟ ବିନିମୟରେ ୬୭ ରନ୍ ସଂଗ୍ରହ କରି ମ୍ୟାଚକୁ ଜିତିଯାଇଥିଲେ । ବିଜୟୀ ଦଳର ଶିବମ୍ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଦ୍ବିତୀୟ ମ୍ୟାଚ୍ ଏମ୍ପୋରିୟର ଇଲେଭେନ ଏବଂ ଇମୋର୍ଟାଲସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏମ୍ପୋରିୟର ଇଲେଭେନ ଟସଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୧୦ ଓଭରେ ୬ ଓ୍ବିକେଟ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷ ଇମୋର୍ଟାଲସ ନିର୍ଦ୍ଧାରିତ ୧୦ ଓଭରରେ ୬ ଓ୍ବିକେଟ ବିନିମୟରେ ମାତ୍ର ୭୮ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିବା ବେଳେ ଏମ୍ପୋରିୟର ଇଲେଭେନ ବିଜୟ ହାସଲ କରିଥିଲା । ବିଜୟୀ ଦଳର ପଦୀ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ତୃତୀୟ ମ୍ୟାଚରେ ଟସଜିତି ହାପି ନିର୍ଦ୍ଧାରିତ ୧୦ ଓଭରରେ ୬ ଓ୍ବିକେଟ ହରାଇ ୧୩୩ ରନ୍ କରିଥିବା ବେଳେ ପ୍ରତିପକ୍ଷ ରୟାଲ ଲାୟନ୍ସ ନିର୍ଦ୍ଧାରିତ ଓଭରେ ୮ ଓ୍ବିକେଟ ବଦଳରେ ୫୪ ରନ୍ ସଂଗ୍ରହ କରି ୭୯ ରନ୍ ବ୍ୟବଧାନରେ ପରାଜୟ ବରଣ କରିଥିଲା । ବିଜୟୀ ଦଳର ରାଜା ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ୪ର୍ଥ ମ୍ୟାଚରେ ଟସଜିତି ଏନ୍ଏସି ଭାଇପର୍ସ ୧୦ ଓଭରରେ ୪ ଓ୍ବିକେଟ ହରାଇ ୧୨୮ ରନ୍ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ଡାଇନୋମିକ କିଙ୍ଗସ୍ ନିର୍ଦ୍ଧାରିତ ଓଭରରେ ୧୩୪ ରନ୍ କରି ୭ ଓ୍ବିକେଟରେ ବିଜୟ ହାସଲ କରିଥିଲା । ବିଜୟୀ ଦଳର ଗଣେଶ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । କିଶନ, ରୋହନ, ରାମେଶ୍ବର, ଶୁଭମ୍ , ଗୋପାଳ, ଗୁଲୁ, ବାଦଲ, ଅମିତ୍, ରାକେଶ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ । ଓଡ଼ଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଖେଳ ମଣିଷ ଦିବାକର ନାୟକଙ୍କ ତତ୍ବାବଧାନରେ ଖେଳ ପରିଚାଳିତ ହେଇଥିଲା ।