ହେଡଲାଇନସ୍:

ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ ହେବାରୁ ଚିହିଁକି ଉଠିଲେ ବରଗଡ ବିଧାୟକ I

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ସେ ଏତେ ବଡ଼ ସାମ୍ବାଦିକ ନୁହେଁ ଯେ ମୁଁ ତାକୁ ଏଭଳି ଧମକ ଦେବି ବୋଲି କହି ସେହି ସାମ୍ବାଦିକ କେବେଳ ଜଣଙ୍କ ର ହିଁ ଖବର ଲେଖେ I ତାର ଇତିହାସ ଆପଣ ମାନେ ତଦାରଖ କରନ୍ତୁ "

ସମ୍ବଲପୁର,୧୨/୦୬(ଲିପନ ନାଏକ) : ବରଗଡ଼ ର ସାମ୍ବାଦିକ ନିରୋଜ ପାଣୀ ଙ୍କୁ ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ ପିନ୍ଧାଇ ସହରରେ ବୁଲାଇ ଦେବି ବୋଲି ୨ ଜଣ ବିଧାୟକ ଧମକ ଦେବା ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଙ୍କୁ ପ୍ରଶ୍ନ ହେବାରୁ ଚିହିଁକି ଉଠିଲେ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ I ଗୁରୁବାର ସ୍ଥାନୀୟ ହୋଟେଲ ରିଭର ଇନ୍ ରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା ଗୁଡିକ ର ଉପଲବ୍ଧି ସମ୍ପର୍କ ରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ I ଏହି ସାମ୍ବାଦିକ ସମ୍ବିଳନୀ ରେ ଗଣ ମାଧ୍ୟାମ ର ପ୍ରତିନିଧି ମାନେ ରାଜ୍ୟ ରେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କ ଉପରେ ଘଟୁ ଥିବା ହତ୍ୟା ଧମକ, ମାଡ ମାରିବା ଆଦି ଘଟଣା କୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଙ୍କୁ ପ୍ରଶ୍ନ କରି ଗତ ୧ ବର୍ଷ ଭିତରେ ସରକାର ସାମ୍ବାଦିକ ଙ୍କ ପାଇଁ କ'ଣ କରିଛନ୍ତି ବୋଲି ପଚାରିଥିଲେ I ଏହା ସହିତ
ପଡୋଶୀ ବରଗଡ ଜ଼ିଲ୍ଲା ର ସାମ୍ବାଦିକ ନିରୋଜ ପାଣୀ ଙ୍କୁ ଏଠି (ସାମ୍ବାଦିକ ସମ୍ବିଳନୀ) ରେ ଉପସ୍ଥିତ ଥିବା ଜଣେ ବିଧାୟକ ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ ପିନ୍ଧାଇ ସହରରେ ବୁଲାଇ ଦେବି ବୋଲି ଧମକ ଦେବା ଘଟଣା ନେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଙ୍କ ପ୍ରତିକ୍ରିୟା ଲୋଡିଥିଲେ I ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଙ୍କ ସହିତ ସାମ୍ବାଦିକ ସମ୍ବିଳନୀ ରେ ବସିଥିବା ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ I ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଙ୍କ ଉପସ୍ଥିତ ରେ ସାମ୍ବାଦିକ ସମ୍ବିଳନୀ ରେ ସମ୍ଭୁଖ ଭାଗକୁ ଚାଲି ଆସି ଚିହିଁକି ଉଠିବା ସହିତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଯୁକ୍ତି କରିବାକୁ ଲାଗିଥିଲେ I ସେହି ସାମ୍ବାଦିକ ମୋତେ କେବେ ଭେଟିଛି କି ବୋଲି ଓଲଟା ପ୍ରଶ୍ନ କରି ସେ ଏତେ ବଡ଼ ସାମ୍ବାଦିକ ନୁହେଁ ଯେ ମୁଁ ତାକୁ ଏଭଳି ଧମକ ଦେବି ବୋଲି କହି ସେହି ସାମ୍ବାଦିକ କେବେଳ ଜଣଙ୍କ ର ହିଁ ଖବର ଲେଖେ I ତାର ଇତିହାସ ଆପଣ ମାନେ ତଦାରଖ କରନ୍ତୁ ବୋଲି କହିଥିଲେ I ଏଠାରେ ପ୍ରକାଶ ଯୋଗ୍ଯ ଯେ,ଗତ ଡିସେମ୍ବର ୮ ତାରିଖ ୨୦୨୪ ମସିହାରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲା ଠାରେ ରାଜ୍ଯ ସ୍ତରୀୟ ଏକ ଚାଷୀ ସମାବେଶରେ ଯୋଗଦାନ କରି ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଦେଇଥିବା ପ୍ରତିଶୃତି ଅନୁସାରେ ରାଜ୍ଯ ସରକାର ଓଡ଼ିଶାର ଚାଷୀ ମାନଙ୍କ ଧାନକୁ କ୍ବିଣ୍ଟାଲ ପ୍ରତି ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରି କ୍ବିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ ଧାନ କିଣି ସେଦିନ ରାଜ୍ଯ ର ସମସ୍ତ ଚାଷୀଙ୍କ ଏକାଉଣ୍ଟ କୁ ଇନପୁଟ ସବସିଡି ର ଟଙ୍କା ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ବ୍ଯାଙ୍କ ଏକାଉଣ୍ଟ କୁ ଡିବିଟି ଜରିଆରେ ପ୍ରଦାନ କରିଥିଲେ । ସୋହେଲା ସମାବେଶ ରାଜ୍ଯ ସରକାରଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ଥିବାବେଳେ ଓ ଏଥିପାଇଁ ରାଜ୍ଯ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ବିଜେପି ର ଜଣେ ବରିଷ୍ଠ ନେତା ଏହି ସମାବେଶ ନାଁରେ ପ୍ରତ୍ଯେକ ମିଲର୍ସଙ୍କ ଠାରୁ ୫ ଲକ୍ଷ ଟଙ୍କା ଅସୁଲ କରିଥିବାର ବରଗଡ ଜିଲ୍ଲାରେ ଚର୍ଚ୍ଚା ହେବା ପରେ ସାମ୍ବାଦିକ ନିରୋଜ ପାଣୀ ଏହା ଉପରେ ଏକ ସମ୍ବାଦ ପ୍ରକାଶିତ କରିଥିଲେ । ଏହି ସମ୍ବାଦରେ କୌଣସି ନେତାଙ୍କ ନାମ ନଥିବା ବେଳେ ଏଥିରେ ଉତ୍ତେଜିତ ହୋଇ ବରଗଡ ବିଧାୟକ ଅଶ୍ବିନୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ବିଭିନ୍ନ ବ୍ଯକ୍ତି ମାନଙ୍କ ଜରିଆରେ ଧମକ ଚମକ କରୁଥିଲେ । ହଠାତ ଗତ ତା ୧୦ ୵ ୫ ୵ ୨୦୨୫ ରିଖ ଦିନ ନୃସିଂହନାଥ ବୈଶାଖ ମେଳା ଯାତ୍ରା ସମୟରେ ନୃସିଂହନାଥ ସ୍ଥିତ ପାନ୍ଥନିବାସ ରେ ବିଧାୟକ ଶ୍ରୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ଦେଖି ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ ପିନ୍ଧାଇ ବରଗଡ ସହରରେ ବୁଲାଇ ଦେବି ବୋଲି ଧମକ ଦେବାବେଳେ ସେଠାରେ ଉପସ୍ଥିତ ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ଯ ଗାଳିଗୁଲଜ କରି ଏପରି ତୁମ ଜୀବନ ପ୍ରତି ବିପଦ ଅଛି ବୋଲି ଧମକାଇ ଥିଲେ । ସାମ୍ବାଦିକ ଶ୍ରୀ ପାଣୀ ଏଥିରେ ଭୟଭୀତ ହୋଇ ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ I ଏହି ଘଟଣା ରେ ସାମ୍ବାଦିକ ନିରୋଜ ପାଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ଡିଜି ବରଗଡ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ I ଓଡ଼ିଶା ପୋଲିସ ଡିଜି ଙ୍କ ଠାରୁ ନିର୍ଦ୍ଦେଶ ପାଇ ବରଗଡ ଏସିପି,ପଦ୍ମପୁର ଏସଡିପିଓ ଶ୍ରୀ ପାଣ୍ଡବ ଶବର ଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ I ପଦ୍ମପୁର ଏସଡିପିଓ ଶ୍ରୀ ପାଣ୍ଡବ ଶବର ପାଇକମାଲ ଥାନାକୁ ଆସି ସାମ୍ବାଦିକ ଶ୍ରୀ ନିରୋଜ ପାଣୀଙ୍କୁ ଥାନାକୁ ଡକାଇ ଏହାର ତଦନ୍ତ କରିଥିଲେ I ସାମ୍ବାଦିକ ଶ୍ରୀ ପାଣୀକୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ପାଇକମାଲ ଥାନା ଆଇଆଇସି ଶ୍ରୀ କୌଲାସ ପ୍ରଧାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି I ଏହି ସାମ୍ବାଦିକ ସମ୍ବିଳନୀ ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ସମେତ ବିଜେପୁର ବିଧାୟକ ସନତ ଗଡ଼ତିଆ, ପୂର୍ବତନ ବିଧାୟକ ନାଉରି ନାୟକ ଏବଂ ଭାରତୀୟ ଜନତା ପାର୍ଟି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ସମ୍ବଲପୁର କ୍ଷେତ୍ର, ମାନସ ରଞ୍ଜନ ବକ୍ସି ମଂଚାସୀନ ଥିଲେ I

0
0
0
s2sdefault