ହେଡଲାଇନସ୍:

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଉଦଘାଟିତ ହେଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •            ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ। 

  •            ବାରମ୍ବାର ଉଦଘାଟନ ସମୟ ପରିବର୍ତ୍ତନ ଲାଗି ଲୋକେ ବିରକ୍ତ ସଭାରେ ଚେୟାର ଖାଲି।

   କେନ୍ଦୁଝର,ତା୧୨/୬- ଆଜି ସ୍ଥାନୀୟ କାଳୀ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ମିଶନ ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟ ଏହି ମେଳାକୁ ଉଦଘାଟନ କରିଥିଲେ। ସେ କେନ୍ଦ୍ର ସରକାରଙ୍କ ୧୧ ବର୍ଷର ଓ ରାଜ୍ୟ ସରକାରଙ୍କ ୧ ବର୍ଷ ଶାସନ ସଫଳତା ଉପରେ ବ୍ୟାପକ ସୂଚନା ଦେଇଥିଲେ। ସେ କହିଥିଲେ କି ବିଶ୍ଵବ୍ୟାଙ୍କ ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ଏହି ୧୩ ବର୍ଷ ମଧ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୨୭.୧ ପ୍ରତିଶତରୁ ହ୍ରାସ ପାଇ ଏବେ ମାତ୍ର ୫.୩ ପ୍ରତିଶତରେ ପହଞ୍ଚିଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଜିଲ୍ଲାର ପ୍ରଭୁତ ଉନ୍ନତି କରିଛନ୍ତି।ସେ ଇସ୍ପାତ କାରଖାନା କରିବା ଯୋଜନା ସହ ମାଆ ତାରିଣୀ ମନ୍ଦିର ଲାଗି ଅର୍ଥ ବ୍ୟୟ ବିରାଦ କରିଛନ୍ତି। ଜିଲ୍ଲାର ଉନ୍ନତି ଲାଗି ଅନେକ ରୋଡମ୍ୟାପ୍ ସେ ପ୍ରସ୍ତୁତ କରିଛନ୍ତି। ଫଳରେ ଜିଲ୍ଲାର ଆଦିବାସୀ ଦଳିତ ସର୍ବସାଧାରଣଙ୍କ ଯଥେଷ୍ଟ ଉନ୍ନତି ହେବ। ଜିଲ୍ଲାରେ ଖେଳର ଉନ୍ନତି ଲାଗି ଷ୍ଟାଡିୟମ ନିର୍ମାଣ ସହ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ହେବ। ପୁଣି କେନ୍ଦୁଝର ରାଇସୁଆଁ ଏୟାର ଷ୍ଟ୍ରିପ୍ ଉନ୍ନତ ହେବ ଏଠାରୁ ନିୟମିତ ଉଡ଼ାଣ ଚାଲିବ। ଏହିପରି ସେ ଅନେକ ଉପାଦେୟ କଥା କହିଥିଲେ। ହେଲେ ଦେଖାଯାଇଥିଲା କି ସଭାସ୍ଥଳରେ ଚେୟାର ଖାଲି ପଡିଥିଲା। ପ୍ରଥମେ ଏହି ସଭା ଦିନ ୧୦ଟାରେ ହେବାକୁ କହି ପୁଣି ଦିନ ୧୨ଟା ଯାଏ ଏହାକୁ ଘୁଞ୍ଚା ଯାଇଥିଲା ତେଣୁ ଦୂରରୁ ଆସି ଥିବା ମହିଳା ମାନେ ବସି ବସି ବିରକ୍ତ ହୋଇଥିଲେ। ଦିନ ଦେଢଟା ପରେ ମିଟିଂ ଆରମ୍ଭ ହେଲା କିନ୍ତୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଗଣ୍ଡ ଅଭିଭାଷଣ ରଖିବା ବେଳେ ୨ଟା ହୋଇଯାଇଥିଲା ସେତେବେଳେ ଅଧିକାଂଶ ଚଉକି ଫାଙ୍କା ଥିଲା । ଅନେକ ସରକାରୀ କାର୍ଯ୍ୟକ୍ରମରେ ଏହିପରି ଏବେ ଅହେତୁକ ବିଳମ୍ବ ହେଉ ଥିବାରୁ ଲୋକେ ବିରକ୍ତ ହେଲେଣି ବୋଲି ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଏହା ଷଡ଼ଯନ୍ତ୍ର ବୋଲି ଆଉ କିଛି କହୁଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ଉଦଘାଟନ ବେଳେ ଷ୍ଟଲ ସବୁ ଫାଙ୍କା ଥିଲା ସଂପୂର୍ଣ୍ଣ ହୋଇ ନଥିଲା। ଆଜି କାର୍ଯ୍ୟକ୍ରମରେ ମଞ୍ଚରେ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାପାଳ ବିଶାଳ ସିଂହ,ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ,ଆଇଏଏସ୍‌ ପ୍ରୋବେସନର୍ ପଵନ କୁମାର,ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ରହିଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭିନ୍ନ କୃତୀ ଛାତ୍ରଛାତ୍ରୀ ଓ ହିତାଧିକାରୀଙ୍କୁ ମଞ୍ଚରେ ପୁରସ୍କୃତ କରିଥିଲେ। ଏହି ମେଳା ଆଜି ଠାରୁ ଆରମ୍ଭ ହୋଇ ୧୮ ତାରିଖ ଯାଏ ଚାଲିବ ଏବଂ ବିଭିନ୍ନ ସାମଗ୍ରୀ ବିକ୍ରୀ ସହ ସୁସ୍ଵାଦୁ ପାରମ୍ପାରିକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇ ପରଷା ଯିବ ବୋଲି ଜଣାଯାଇଛି। ମୋଟ ୭୨ଟି ଷ୍ଟଲ ହୋଇଛି ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇ ମେଳାର ମଜା ଉଠାଇବାକୁ ନିବେଦନ କରାଯାଇଛି।

0
0
0
s2sdefault