ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ସର୍କିଟ ହାଉସଠାରେ ଆଜି ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ତାପସ କୁମାର ମାର୍ଥା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲାର ବିଜେପି ନେତା ରାଘବ ମଲ୍ଲିକ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ରାଜ୍ୟ ସରକାର ବର୍ଷକ ମଧ୍ୟରେ କରିଥିବା ବିଭିନ୍ନ କାର୍ଯ୍ୟ ଓ ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଦାରିଦ୍ର୍ୟ ହ୍ରାସ ପାଇଁ ଯଥେଷ୍ଟ ପଦକ୍ଷେପ ନେଇଥିବା ସୂଚନା ଦେଇଥିଲେ । ଏହା ସହିତ ମହିଳାଙ୍କୁ ସଶକ୍ତ କରିବା ପାଇଁ ଋଣ ସୁବିଧା ସହ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଏକ ବଡ଼ ଉପଲବ୍ଧି ବୋଲି କହିଥିଲେ । ଆୟୁଷ୍ମାନ କାର୍ଡ଼ ଦ୍ୱାରା ହିତାଧିକାରୀମାନେ ଦେଶର ୨୯ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କହିଥିଲେ । ଏହା ସହିତ ରାଜ୍ୟ ସରକାର ସାମାଜିକ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦେଇ ୮୦ ବର୍ଷ ବୃଦ୍ଧବୃଦ୍ଧା ଓ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୩୫ ଶହ ଟଙ୍କା ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିକୁ ତ୍ୱରାନ୍ୱିତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ପୁଞ୍ଜିନିବେଶ ବୃଦ୍ଧି ପାଇଛି, ଶିଶୁ ସୁରକ୍ଷା ଓ ଶିଶୁ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରି ପ୍ରତି ପଞ୍ଚାୟତରେ ଗୋଦାବରିଶ ବିଦ୍ୟାଳୟ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ବିଜେପି ସରକାର ପ୍ରତିଶୃତି ମୁତାବକ ବର୍ଷକ ମଧ୍ୟରେ ଅନେକ କାର୍ଯ୍ୟ କରିଛନ୍ତି । ଧାନ ସହାୟକ ମୁଲ୍ୟ ବୃଦ୍ଧି ଦ୍ୱାରା କୃଷକମାନେ ଲାଭବାନ ହୋଇଛନ୍ତି । ପୁରୀ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲା ଯାଇଛି । ରାଜ୍ୟରେ ମୋହନ ସରକାର ଲୋକଙ୍କ ସରକାର ବୋଲି ମନ୍ତ୍ରୀ କହିଛନ୍ତି ।
ରାଜ୍ୟ
ବିଜେପି ସରକାର ବର୍ଷ ପୂର୍ତ୍ତୀ, ସଫଳତା ବଖାଣିଲେ ମନ୍ତ୍ରୀ
- Hits: 154