ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ନିକଟସ୍ଥ ମାଆ ବାସଙ୍ଗ ପୀଠରେ କଂଗ୍ରେସ୍ ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ହରିକୃଷ୍ଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଛଅ ତାରିଖରେ ହିଞ୍ଜିଳି ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମ୍ମିଳନୀରେ କିପରି ଅଧିକରୁ ଅଧିକ କଂଗ୍ରେସ୍ କର୍ମୀମାନେ ଯୋଗ ଦେବେ ସେ ନେଇ ଆଲୋଚନା ହୋଇଥିଲା I ଆଗାମୀ ଦିନରେ କିପରି ସଂଗଠନକୁ ଅଧିକ ବ୍ୟାପକ କରାଯିବ ଏବଂ ବ୍ଳକ୍ ଓ ଏନଏସିରେ କମିଟି ଗଠନ ବେଳେ କିପରି ଉପଯୁକ୍ତ କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ସେ ନେଇ ବିଚାର ବିମର୍ଷ ମଧ୍ୟ ଚାଲିଥିଲା I ଆଗାମୀ ଦିନରେ ପିସିସି ଉପସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବେଲଗୁଣ୍ଠା ଗସ୍ତ ଥିବାରୁ ବହୁ ପୁରୁଣା କର୍ମୀ ରମେଶ ଜେନାଙ୍କ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ କଂଗ୍ରେସ୍ ଯୋଗ ଦେବାର ଥିବାରୁ ଏଥିପାଇଁ ଘର ବାହୁଡ଼ା କାର୍ଯ୍ୟକ୍ରମ କରାଯିବ ଏବଂ ସମସ୍ତ ପୁରୁଣା କର୍ମୀଙ୍କୁ ଦଳକୁ ସ୍ୱାଗତ କରାଯିବ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ I ଆଜିର ଏହି ବୈଠକରେ ବେଲଗୁଣ୍ଠା ଏନ୍ଏସିର ବରିଷ୍ଠ କଂଗ୍ରେସ୍ ନେତା ଏସ୍ ତିରୁପତି ପାତ୍ର, ସନ୍ତୋଷ କୁମାର ସାହୁ, ବିନୋଦ୍ ବିହାରୀ ବେହେରା, ବ୍ଳକ୍ ର ଡିଲ ଭୂୟାଁ,ଯୁବନେତା ଅନୀଲ୍ ମଲ୍ଲିକ, ଏସ୍ ସଞ୍ଜୟ କୁମାର ପାତ୍ର, ବିନାୟକ ଗୌଡ଼, ରାଜେନ୍ଦ୍ର ପଣ୍ଡା, ଶରତଚନ୍ଦ୍ର ସ୍ୱାଇଁ, ମନୋଜ ବରାଡ, ସୁଶାନ୍ତ ବେହେରା, କହ୍ନେଇ ସ୍ଵାଇଁ, ବାଦଲ ପୋଲେଇଙ୍କ ସମେତ ଶତାଧିକ କଂଗ୍ରେସ୍ କର୍ମୀ ଯୋଗ ଦେଇଥିଲେ I ଆଗାମୀ ଦିନରେ ପୂର୍ବ ମାନ ଅଭିମାନ ଛାଡ଼ି ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ଼ କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା I
ରାଜ୍ୟ
ମାଆ ବାସଙ୍ଗ ପୀଠରେ କଂଗ୍ରେସ୍ ର ସାଂଗଠନିକ ବୈଠକ ; ଆଗାମୀ ଛଅ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
- Hits: 51