ହେଡଲାଇନସ୍:

ଅବହେଳିତ ଓମ୍ ଶାନ୍ତି ନଗର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଖଲିକୋଟ ସହର ଏକ ସୁନାମଧନ୍ୟ ବୋଲାଉଥିବା ବେଳେ ତା ମଧ୍ୟରେ ଓମ୍ ଶାନ୍ତି ନଗର ସମ୍ପୂର୍ଣ୍ଣ ଅବହେଳିତ ରହିଥିବା ଅଭିଯୋଗ ଯୋଇଆସୁଛି | ଖବର ନେବାରୁ ଜଣାପଡିଛି ଯେ,ଉକ୍ତ ଓମ୍ ଶାନ୍ତି ନଗର ରେ ୨୨/୨୩ ବର୍ଷ ଧରି ଲୋକମାନେ ବସବାସ କରି ଆସୁଛନ୍ତି । ଖଲ୍ଲିକୋଟ ଏନ୍ ଏ ସି ର ୧୨ଟି ୱାର୍ଡ ର ଅନ୍ୟ ପଡ଼ା ରେ କିଛି ନା କିଛି କାମ ହେଉଛି, କିନ୍ତୁ ଓମ୍ ଶାନ୍ତି ନଗର ର ଦୁର୍ଗମ ରାସ୍ତା କୁ ଖଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚେୟାରମେନ ନିରଞ୍ଜନ ବେହେରା କିମ୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟି ପଡ଼ୁନାହିଁ । ଏସଂକ୍ରାନ୍ତରେ ପ୍ରଶାସନ ଜାଣିଶୁଣି ନୀରବତା ଅବଲମ୍ବନ କରୁଥିବାରୁ ଓମ୍ ଶାନ୍ତି ନଗର ର ବାସିନ୍ଦା ମାନଙ୍କ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାସ୍ତା କଥା ପଚାରିଲେ ଉତ୍ତର ମିଳୁଛି ଫଣ୍ଡ୍ ନାହିଁ। ଏ ସଂକ୍ରାନ୍ତରେ ସ୍ଥାନୀୟ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ମୋୖଖିକ ଭାବେ ଶାସକ ପ୍ରଶାସକ ର ରିପୋର୍ଟ ର ଶିବରାମ ଜେନା ଅବଗତ କରାଇଛନ୍ତି। କିନ୍ତୁ କ୍ଷୋଭର ବିଷୟ ରାସ୍ତା ପାଲଟିଛି ମରଣଯନ୍ତା। ଏଣୁ ଏକ୍ଷେତ୍ରରେ ଆମର ଗାଁ ର ବିକାଶ ହେଉଛି ବୋଲି କିପରି ଭାଵିପାରିଵା ?

 

0
0
0
s2sdefault