ହେଡଲାଇନସ୍:

ବନପାଳଙ୍କୁ ହତ୍ୟା ଘଟଣାରେ ପତ୍ନୀ ଓ ପୁଅ ଗିରଫ: ପୁଲିସ କଲା ସିନ୍ ରିକ୍ରିଏସନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ପଞ୍ଚରିଡ଼ା ବନପାଳଙ୍କୁ ତାଙ୍କ ଘରେ ହତ୍ୟା କରିଛନ୍ତି ପତ୍ନୀ ଓ ପୁଅ । ବନପାଳ ଶିଶିର କୁମାର ସାହୁଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ତଥା ଆତ୍ମହତ୍ୟା ରୂପ ଦେବାକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି । ଏହି ଘଟଣାରେ ପୁଲିସ ବନପାଳଙ୍କ ସ୍ତ୍ରୀ ନମିତା ସାହୁ ପୁଅ ଅଭିଷେକ ରଣସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଛି ।
ନୟାଗଡ଼ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସଦଳବଳେ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରାଇଛନ୍ତି । ଶିଶିରଙ୍କୁ ମାରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ପତ୍ନୀ ଓ ପୁଅ ୬ ଲିଟର ପ୍ରେଟୋଲ ଆଣି ଘରେ ରଖିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ପରେ ପତ୍ନୀ ଓ ପୁଅ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇଥିଲା । ଶିଶିର ଦୀର୍ଘଦିନ ଧରି ଜଣେ ମହିଳା ବନରକ୍ଷୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଯାହାକୁ ନେଇ ସେ ନିଜ ପରିବାରକୁ ଅଣଦେଖା କରୁଥିଲେ । ସ୍ତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ପୁଅ ଓ ସ୍ତ୍ରୀ ଏହି ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଘରେ ଅନେକ ଥର ଗଣ୍ଡଗୋଳ ଘଟିଥିଲା । ଆଜି ସିନ୍ ରିକ୍ରିଏସନ୍ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଏହା ସହିତ ହତ୍ୟାକାଣ୍ଡ ଘଟିଥିବା ଘରକୁ ପୁଲିସ ସିଲ୍ କରି ଦେଇଥିବା ଜଣାପଡ଼ିଛି । ପୁଲିସ ଆଜି ପେଟ୍ରୋଲ ଅଣାଯାଇଥିବା ଜାରକିନ୍‌, ଲୁହା ପାଇପ ଓ ହତ୍ୟାରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏହା ସହିତ ଘରେ ଲାଗିଥିବା ସିସିଟିଭି ହାର୍ଡ଼ଡିକ୍ସକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି ।

0
0
0
s2sdefault