ରାୟଗଡ:- ତା.୨/୦୬/୨୪- ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ, ରାୟଗଡ ଶ୍ରୀ ରମେଶ କୁମାର ଜେନାଙ୍କ ଉପସ୍ଥିତ ରେ ଆଲୋଚନା କରାଯାଇଥିଲା l
ଏହି ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପଵିତ୍ର ରତଯାତ୍ରା ଓ ବାହୁଡା଼ ଯାତ୍ରାକୁ ପୂର୍ବ ବର୍ଷ ପରି ମହାସମାରୋହରେ ଓ ସୁରୁଖୁରୁରେ ଆୟୋଜନ କରାଯାଇପାରିବ ସେଥିପାଇଁ ସମସ୍ତ ସକ୍ରିୟ ସହଯୋଗ କାମାନl କରିଥିଲେ l ଏହାପରେ ତହସିଲଦାର,ରାୟଗଡ ପୂର୍ବ ବର୍ଷ ମାନଙ୍କର ଆୟୋ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ଏହି ବିଷୟରେ ଆଲୋଚନା କରି ଚଳିତବର୍ଷ ନିମନ୍ତେ ପାଣ୍ଠିର ଆବଶ୍ୟକତା ଉପରେ ଆଲୋଚନା କରlଯାଇଥିଲା l ଏହାପରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା କାଯାଇଥିଲା l ଏମଆଇ ଡିଭିଜନ ତରଫରୁ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥରେ ରଂଗ କରିବେ l ପୁର୍ତ୍ତ ବିଭାଗ ରଥ ନିର୍ମାଣ ଓ ଫିଟନେସ ସାର୍ଟିଫିକେଟ ଦେବେ l ଜଗନ୍ନାଥ ମନ୍ଦିର ଭିତରେ ଗ୍ରାମ୍ୟ ନିର୍ମାଣ ବିଭାଗ ଓ ବାହାରେ ପୂର୍ତ୍ତ ବିଭାଗ ମିଳିତ ଭାବରେ ମରାମତି ଓ଼ ରଂଗ କାର୍ଯ୍ୟ କରିବେ l ପୌରପରିଷଦ ତରଫରୁ ପରିମଳ ବ୍ୟବସ୍ଥା କରିବେ l ଟ୍ରlଫିକ,ଗାଡି ପାର୍କିଂଗ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ଜିଲ୍ଲା ପୋଲିସ ବିଭାଗ କରିବ l ରଥଯାତ୍ରାର ଧାରା ବିବରଣୀ ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ କୁହାଯାଇଛି l ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି l ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି l. ଚଳିତ ରଥଯାତ୍ରାରେ ଅଧିକ ସାଜସଜ୍ଜା କରିବା ସହିତ ଆକର୍ଷଣୀୟ କରିବାକୁ ସଦସ୍ୟ ମାନେ ବୈଠକରେ ଦାବି କରିଥିଲେ l ଏହି ବୈଠକରେ ନଗରପାଳ ଶ୍ରୀ ପି ମହେଶ ପଟ୍ଟନାୟକ, ଉପ ଆରୋକ୍ଷୀ ଅଧିକାରୀ,ତହସିଲଦାର ରାୟଗଡ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ପାଢ଼ୀ, ଜିଲ୍ଲା ଗ୍ରାମୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ , ଆଞ୍ଚଳିକ ପରିବହନ ଅଧିକାରୀ , ଜିଲ୍ଲା ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ,ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ପୌର ନିର୍ବାହି ଅଧିକାରୀ ,ଅତିରିକ୍ତ ତହସିଲଦାର ,ଅଗ୍ନୀ ସମ୍ମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ, ରାଜପୁରୋହିତ ବିରଞ୍ଚି ନାରାୟଣ ଦାଶ,ସୁନୀଲ ଚନ୍ଦ୍ର ପଣ୍ଡା, ବଚନିକା ସେବାୟତ ରଞ୍ଜନ ରଥ, ସତ୍ୟବାଦୀ ପତି, ସୁଜିତ ପଣ୍ଡା ମହେନ୍ଦ୍ର ରଥ , ସଚିଦାନନ୍ଦ ଖାଡଙ୍ଗା, ସୁରେଶ ଚନ୍ଦ୍ର ପଣ୍ଡା , ବିନାୟକ କର , ପ୍ରଭାକର ଦୋରା ପ୍ରମୁଖ ଉପସ୍ଥିତ ଥିଲେ l
ଶେଷରେ ତହସିଲଦାର ରାୟଗଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- Hits: 26