ଜଗତସିଂହପୁର,ତା-୩୧.୦୫.୨୦୨୫/ସୁମନ୍ତ କୁମାର ଦାସ: କେନ୍ଦ୍ରୀୟ କୃଷି, କିସାନ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଆହ୍ୱାନରେ ୨୯ ମଇରୁ ଦେଶବ୍ୟାପୀ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହୋଇଛି । ଏହି ଅଭିଯାନ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ, ରାଜ୍ୟ କୃଷି ବିଭାଗ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବେ । ଏହି କାର୍ଯ୍ୟକ୍ରମରେ ନୂତନ କୃଷି ପ୍ରଯୁକ୍ତି, ବିଭିନ୍ନ ସରକାରୀ ଯୋଜନା ଏବଂ ଉନ୍ନତ ବୀଜ ଓ ରୋଗ ପ୍ରତିରୋଧ ବିଷୟରେ ଚାଷୀମାନଙ୍କୁ ସୂଚନା ଦିଆଯିବ । ପରିଶେଷରେ, କୃଷକମାନଙ୍କ ପ୍ରତିକ୍ରିୟା ଏବଂ ସେମାନଙ୍କ ସମସ୍ୟାଗୁଡ଼ିକୁ ଲିପିବଦ୍ଧ କରାଯିବ । ଏହି ଅଭିଯାନ ପାଇଁ ଜଗତସିଂହପୁରରେ ତିନୋଟି ଦଳ ଗଠନ କରାଯାଇଛି । ପ୍ରତି ଦଳରେ କୃଷି ବିଜ୍ଞାନ କେନ୍ଦ୍ର (KVK), ଜଗତସିଂହପୁର, ICAR-CIFA(କେନ୍ଦ୍ରୟ ମଧୁର ଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା), ICAR-NIFMD (ଜାତୀୟ ଫାଟୁଆ ରୋଗ ଗବେଷଣା ସଂସ୍ଥା), ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଉଦ୍ୟାନ ବିଭାଗ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଜିଲ୍ଲା ମତ୍ସ୍ୟ ବିଭାଗର ବୈଜ୍ଞାନିକ ଓ ଅଧିକାରୀମାନେ ଅଛନ୍ତି। ପ୍ରତ୍ୟେକ ଦଳ ଦିନକୁ ବିଭିନ୍ନ ସ୍ଥାନରେ ୨ଟି କାର୍ଯ୍ୟକ୍ରମ ଆୟୋଜନ କରିବେ ଏବଂ ୧୨ ଜୁନ୍ ପର୍ଯ୍ୟନ୍ତ ଜିଲ୍ଲାର ୮ଟି ବ୍ଲକର ୧୫,୦୦୦ ଚାଷୀଙ୍କ ସହିତ ସଂପର୍କ କରିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମର ଆଜି ତୃତୀୟ ଦିନରେ ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ବ୍ଲକର ବାଗୋଇ, ମଙ୍ଗରଜପୁର, ଗରେଇ, ଗୋବର୍ଦ୍ଧନପୁର ଓ ଏରସମା ବ୍ଲକର ଗୋଡା, ରାଜପୁର୍ ଗ୍ରାମରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଫାଟୁଆ ରୋଗ ଗବେଷଣା ସଂସ୍ଥାର ନିର୍ଦେଶକ ଡ଼ ରବୀନ୍ଦ୍ର ପ୍ରସାଦ ସିଂହ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସଭା ସ୍ଥାନରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଶ୍ରୀ ବିଶ୍ୱଜିତ୍ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ, ଜଗତିଂହପୁର, ଶ୍ରୀ ବିଭୁଦତ୍ତ ସାହୁ, ଜିଲ୍ଲା କୃଷି ଅଧିକାରୀ, ତିର୍ତୋଲ, ଶ୍ରୀମତି ସୀତାରତ୍ନମାଲା ଦାସ, ମଣ୍ଡଳ କୃଷି ଅଧିକାରୀ, କୁଜଙ୍ଗ, ସୁଶ୍ରୀ ସଫିଆ ସ୍ଵାଇଁ, ମଣ୍ଡଳ କୃଷି ଅଧିକାରୀ, କୁଜଙ୍ଗ, ଶ୍ରୀ ସମଲେଇ ପ୍ରସାଦ ପରିଡ଼ା,ଉପ ନିର୍ଦ୍ଦଶକ,ଶ୍ୱେତପଦ୍ମା ଭୋଇ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ତିର୍ତୋଲ, କୃଷି ବିଜ୍ଞାନ କେନ୍ଦ୍ରର ବଶିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ ଜୀବନଜିତ୍ ସେନ, ବୈଜ୍ଞାନିକ ଶ୍ରୀ ଦେବାଶିଷ ପଣ୍ଡା, ଡ଼ ପ୍ରଦୀପ୍ତ ମାଝି, ଡ଼ ଦ୍ୱାରିକା ମୋହନ ଦାସ, ଶ୍ରୀମତୀ ସସ୍ମିତା ପୁରୋହିତ, ଶ୍ରୀମତୀ ସରିତା ଦାସ, ବଲିଆ ମାଝି, ବିଜୟିନୀ ସାହୁ, ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ, ଡ଼ ଯ୍ୟୋତ୍ରିମୟ ମହାନ୍ତି, ଡ଼ ଜଜାତି କେଶରୀ ମହାପାତ୍ର, ଡ଼ ଜିତେନ୍ଦ୍ର କୁମାର ବିଶ୍ବାଳ, ଡ଼ ହିମାଂଶୁ ଶେଖର ସ୍ବାଇଁ, ଡ଼ ସ୍ମୃତିରେଖା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମେରେ ବୈଜ୍ଞାନିକମାନେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବିକଶିତ ହୋଇଥିବା ନୂତନ ଜ୍ଞାନକୌଶଳ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଲେ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଖରିଫ ଋତୁର ବୁଣାବୁଣି ପୂର୍ବରୁ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ।
ରାଜ୍ୟ
ବିକଶିତ କୃଷି ସଂକଳ୍ପ ଅଭିଯାନର ତୃତୀୟ ଦିନ
- Hits: 36