ଭୁବନେଶ୍ୱର, ୨୭/୦୫: ଓଡ଼ିଶା ଉପକୂଳରେ ଉତର-ପଶ୍ଚିମ ବଙ୍ଗୋପସାଗର ଉପରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହାକି ପରବର୍ତୀ ସମୟରେ ଅବପାତରେ ପରିଣତ ହୋଇ ଉତର-ପୂର୍ବ ଦିଗରେ ଗତି କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ଏନ୍ଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ କୁହାଯାଇଛି ।
ଏହାର ପ୍ରଭାବରେ ସାରା ରାଜ୍ୟରେ ବୃଷ୍ଟିପାତ ହୋଇପାରେ ଏବଂ ବିଶେଷ କରି ଉପକୂଳ ଅଂଚଳ ଏବଂ ଉତର ଓଡ଼ିଶାର ଜିଲ୍ଳାଗୁଡ଼ିକରେ ପ୍ରବଳରୁ ପ୍ରବଳତର ବୃଷ୍ଟିପାତ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସିର ବୁଲେଟିନ୍ରେ କୁହାଯାଇଛି ।
ବୁଲେଟିନ୍ ଅନୁଯାୟୀ ମେ ୨୮ ରୁ ୩୦ ମଧ୍ୟରେ ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଢ଼େଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଦେଓଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବୃଷ୍ଟିପାତ ହୋଇପାରେ ।
ଏହି ବୃଷ୍ଟିପାତ ବିଶେଷ କରି ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଅବବାହିକା ଅଂଚଳରେ ଅନୁଭୂତ ହେବ ବୋଲି ବୁଲେଟିନ୍ ଜଣାଇବା ସହିତ ଏହା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛି ।
ଏହା ପରେ ଜୁନ ୧ ରୁ ୩ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦିନର ଉତାପ ବୃଦ୍ଧି ପାଇପାରେ ମାତ୍ର ଏହା ପରେ ବୃଷ୍ଟିପାତର ପରିମାଣ ବୃଦ୍ଧି ପାଇବ ।
ରାଜ୍ୟ
ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଅବପାତରେ ପରିଣତ ହୋଇପାରେ: ସିଇସି
- Hits: 134