ବରଗଡ,୨୭ ୵ ୫: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର । ଲୋକସଭାରେ ଗତ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ପ୍ରଦୀପ ପୁରୋହିତ । ଯାହାର ଲିଖିତ ଉତ୍ତର ରଖିଛନ୍ତି ଡଃ ବୀରେନ୍ଦ୍ର କୁମାର । ରାଜ୍ୟରେ ନକଲି ମଦ କାରବାର ବନ୍ଦ କରିବାକୁ ନେଇ ବରଗଡ ସାଂସଦଙ୍କ ଦ୍ୱାରା ଉଠା ଯାଇଥିବା ପ୍ରଶ୍ନର ଜବାବରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଂଶକ୍ତିକରଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ନକଲି ନିଶା କାରବାର ବନ୍ଦ ଏବଂ ନିୟନ୍ତ୍ରଣ କରିବା ନେଇ ଗତ ରୁଲ୍-୩୭୭ ଆଧାରରେ ଉଠାଯାଇଥିବା ପ୍ରସଙ୍ଗକୁ ମନ୍ତ୍ରାଳୟ ଗୁରୁତର ସହ ନେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ତଥା ଦେଶରେ ନକଲି ମଦ ବନ୍ଦ କରିବା ସମ୍ପର୍କରେ ସାଂସଦ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି ତାହା ଭାରତ ସରକାରଙ୍କ ସାମଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧିନରେ ଆସୁନାହିଁ । ସମ୍ବିଧାନର ସପ୍ତମ ଅନୁଚ୍ଛେଦ ୮ ଏବଂ ୫୧ ଅନୁସାରେ ଏହା ବିଭିନ୍ନ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ପରିସରଭୁକ୍ତ ବୋଲି ସେ କହିଛନ୍ତି । ଏହି ବିଭାଗ ନିଶାଦ୍ରବ୍ୟର ଆବଶ୍ୟକତା ଓ ବ୍ୟବହାରିତାକୁ ନେଇ ଏକ ନୋଡାଲ ସଂସ୍ଥା ନିୟୋଜିତ ହୋଇଛି । ଯାହାକି ନ୍ୟାସନାଲ ଆକ୍ସନ ପ୍ଲାନ୍ ଫର୍ ଡ୍ରଗ୍ ଡିମାଣ୍ଡ ଆଣ୍ଡ ରିଡକ୍ସନ୍ ଅଧିନରେ କାର୍ଯ୍ୟ କରୁଛି । ଏହାଦ୍ୱାରା ଦେଶର ଶିଶୁ, ଯୁବ, ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନିଶା ନିବାରଣରୁ ଦୂରେଇ ରଖିବା ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବିଶେଷକରି ଦେଶରେ ନିଶାଦ୍ରବ୍ୟର ବହୁଳ ବ୍ୟବହାର ରୋକିବାକୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଏବଂ ପୀଡ଼ିତାଙ୍କୁ କ୍ଷମତାସମ୍ପନ୍ନ କରିବାକୁ ଏକାଧିକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯାହାକି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ନିୟନ୍ତ୍ରଣ କରାଯାଉଛି । ନିଶାସେବନରେ ଆକ୍ରାନ୍ତଙ୍କ ପୂର୍ନବାସ ପାଇଁ ତଥା ଶିଶୁ ମାନଙ୍କୁ ପ୍ରାରମ୍ଭିକ ନିଶା ସେବନରୁ ଦୂରେଇ ରଖିବା ପାଇଁ ବିଭିନ୍ନ ଥଇଥାନ କେନ୍ଦ୍ର କରାଯାଇଛି । ଏହା କେନ୍ଦ୍ର ସରକାରଙ୍କ ଆଇଆରସିଏ ଓ ସିପିଏଲଆଇ ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି । ସେହିଭଳି ଜିଲ୍ଲା ସ୍ତରରେ ନିଶା ମୁକ୍ତି କେନ୍ଦ୍ର ଖୋଲାଯିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସରକାରୀ ଡାକ୍ତରଖାନାରେ ନିଶା ମୁକ୍ତି ନେଇ ବିଶେଷ ସୁବିଧା ରଖାଯାଇଛି ।
ବର୍ତ୍ତମାନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧିନରେ ୩୪୯ଟି ଆଇଆରସିଏ କେନ୍ଦ୍ର, ୪୬ଟି ସିପିଏଲଆଇ କେନ୍ଦ୍ର, ୭୪ଟି ଓଡିଆଇସି, ୧୩୮ଟି ଡିଡିଏସି ଏବଂ ୧୪୮ଟି ଏଟିଏଫ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶାରେ ୩୯ଟି ଆଇଆରସିଏ, ୬ଟି ଓଡିଆଇସି ଓ ୪ଟି ସିପିଏଳଆଇ ଏବଂ ୨ଟି ଡିଡିଏସି କେନ୍ଦ୍ର ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ଉତ୍ତରରେ ଲେଖିଛନ୍ତି ବୀରେନ୍ଦ୍ର କୁମାର । ତେବେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ସମସ୍ତଙ୍କୁ ଏକଜୁଟ୍ ହୋଇ ନିଶା ନିବାରଣ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀ ବୀରେନ୍ଦ୍ର କୁମାର ।
ରାଜ୍ୟ
ରାଜ୍ୟରେ ନକଲି ମଦ କାରବାର ବନ୍ଦ କରିବାକୁ ନେଇ ବରଗଡ ସାଂସଦଙ୍କ ପ୍ରଶ୍ନ: କେନ୍ଦ୍ରମନ୍ତ୍ରୀଙ୍କ ଲିଖିତ ଉତ୍ତର ।।
- Hits: 13