ହେଡଲାଇନସ୍:

ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସ୍ଥାନୀୟ ଶକ୍ତିନଗର ପଡ଼ା ସ୍ଥିତ ମା ମଙ୍ଗଳା ସମାଜ ସେବା କେନ୍ଦ୍ର ଠାରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଏକ୍ସ -କ୍ୟାଡ଼ର ଶିକ୍ଷକ ଙ୍କ ବିଭିନ୍ନ ସମସ୍ୟା ଉପରେ ଓ ତାର ସମାଧାନ ର ପନ୍ଥା ସମ୍ପର୍କରେ ରାଜ୍ୟ ମହାସଂଘ ର ଉପଦେଷ୍ଟା ପ୍ରଶାନ୍ତ ଖମାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲା ସଂଘ ର ପୁନର୍ଗଠନ ପାଇଁ ବିସ୍ତୃତ ଆଲୋଚନା କରାଯାଇ ପୁନର୍ବାର ସୁବ୍ରତ ଦଣ୍ଡସେନାଙ୍କୁ ସଭାପତି ଓ ପ୍ରଶାନ୍ତ ଖମାରୀଙ୍କୁ ସମ୍ପାଦକ ଭାବରେ ସର୍ବସମ୍ମତି କ୍ରମେ ମନୋନୟନ କରି ସଂଘର ଅନ୍ୟାନ୍ୟ ପଦ ପଦବୀ ମନୋନୀତ କରିବାକୁ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା l ବୈଠକରେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ସାହୁ, ଲଷ୍ମୀକାନ୍ତ ନାଏକ, ଜଳନ୍ଧର ତାଣ୍ଡି, କୋଷାଧକ୍ଷ ରୋହିତାଶ୍ୱ ହଂସ, ଲଳିତ ନାଏକ, ଗଗନ ପଟ୍ଟନାୟକ, ଜିତେନ୍ଦ୍ର ପ୍ରଧାନ ଏବଂ ସମସ୍ତ ବ୍ଲକ ର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ l

0
0
0
s2sdefault