ଜମନକିରା ୨୫।୫,(ଲିପନ ନାଏକ): ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଷଣ୍ଢପଥର ବୁଲାଣି ରେ ଏକ କାର ଓ ମିନିଟ୍ରକ ମଧ୍ୟରେ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। କଲିକତା ରୁ ବିଦ୍ୟୁତ ସାମଗ୍ରୀ ବୋଝଇ ଏକ ଟ୍ରକ ରେଜିଷ୍ଟେସନ ନମ୍ବର ଏମ.ଏଚ ୪୮ ଡ଼ିଶୀ ୦୭୦୦ ରାଏପୁର ଯାଉଥିବା ବେଳେ ବିପରୀତ ଦିଗ ସମ୍ବଲପୁର ପଟୁ ଜମନକିରା ପଟକୁ ଆସୁଥିବା ରେଜିଷ୍ଟେସନ ନମ୍ବର ଓଡି ୦୨ଏଲ ୭୨୪୭ ମାରୁତି କାର ସହିତ ଧକ୍କା ହୋଇଥିଲା। ପ୍ରତକ୍ଷ ଦର୍ଶୀ ଙ୍କ କହିବା ଅନୁଯାଇ କାର ଚାଳକ ଅନ୍ୟ ଏକ ଗାଡିକୁ ଓଭର ଟେକ କରିଥିବା ବେଳେ କୌଣସି କାରଣ ରୁ ଭାରସାମ୍ୟ ହରାଇ ମିନି ଟ୍ରକ କୁ ଧକ୍କା ଦେଇଥିଲା। ମିନିଟ୍ରକ ଡ୍ରାଇଭର ଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ କାର ଚାଳକ ଙ୍କ ଜୀବନ ବଞ୍ଚିଯାଇଥିଲା ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପରେ ଜମନକିରା ପୋଲିସ, ଜମନକିରା ଅଗ୍ନିଶମ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଉଭୟ ଗାଡିକୁ ଜବତ କରି ଦୁର୍ଘଟଣା ପରେ ରାସ୍ତା ରେ ଲାଗିଥିବା ଜାମ ହଟାଇ ଯାତା ୟାତ ସାମାନ୍ୟ କରାଇଥିଲେ। ଜମନକିରା ପୋଲିସ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ କରୁଥିବା ଜଣା ପଡ଼ିଛି