ଓଡ଼ଗାଁ, ୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଷ୍ଟ୍ରକ୍ଚର ଠାରୁ କୁରାଳ ପାଇଁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ୩୩କେଭି ଲାଇନ୍ ଇନସୁଲେଟର ଶନିବାର ମଧ୍ୟାହ୍ନରେ ଫାଟି ଯାଇଥିବାରୁ କୁରାଳ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହୋଇଯାଇଥିଲା । ଆଜିର ପ୍ରତିକୂଳ ପାଗ ସତ୍ବେ ବିଦ୍ୟୁତ୍ ବିଭାଗର ତ୍ଵରିତ ପଦକ୍ଷେପ ଯୋଗୁଁ ପ୍ରାୟ ୭ଘଣ୍ଟାପରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଥିଲା । ଘଟଣାରୁ ଜଣାଯାଏ ଶନିବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସମୟରେ ୩୩କେଭି ବିଦ୍ୟୁତ ତାର ଯାଇଥିବା ଖମ୍ବର ଇନସୁଲେଟର ଭାଙ୍ଗି ଯାଇଥିଲା। କାଦୁଆ ବିଲରେ ଟିପି ଟିପି ବର୍ଷାରେ ଭିଜି ଭିଜି କାର୍ଯ୍ୟ କରିବା ସହଜ ନଥିଲା । ଏପରି ସ୍ଥଳେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଥିବାରୁ ଅଞ୍ଚଳ ବାସି ଆଶ୍ବସ୍ତ ହୋଇଥିଲେ।ବିଭିନ୍ନ କାରଣରେ ସେମାନେ ଅନେକ ସମୟରେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ୍ ରହୁଥିବାରୁ ଲୋକମାନେ ଏକ ପ୍ରକାର ଅତିଷ୍ଠ ହୋଇପଡ଼ିଲେଣି । ତେଣୁ ସେମାନେ କୈାଣସି ପ୍ରକାର ବିଦ୍ୟୁତ୍ କାଟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ରାଜ୍ୟ
କୁରାଳ ଅଞ୍ଚଳ ବିଦ୍ୟୁତ୍ ଯୋଗାଣ ହେଲା ସ୍ବାଭାବିକ
- Hits: 50