୨ ବଣ୍ୟପ୍ରାଣୀଙ୍କ ସହିତ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ୫ ଗୁଳି ଜବତ
ଓଡ଼ଗାଁ,୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ବାଣ୍ଠପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୩ ଜଣ ଶିକାରୀଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ । ଏବଂ ତାଙ୍କ ଠାରୁ ୨ ମୃତ ଶାଳିଆପତନୀ, ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ସହିତ ୫ ଗୁଳି ଜବତ କରିଥିଲେ । ଅଭିଯୁକ୍ତ ଶିକାରୀମାନେ ହେଲେ ଓଡ଼ଗାଁ ଥାନା ନୋତରପଲ୍ଲୀ ଗାଆଁର ଦୟାନିଧି ପ୍ରଦାନ (୪୧), ଗୈାର ପ୍ରଧାନ (୩୭) ଏବଂ ଶୁକୁରୁ ପ୍ରଧାନ (୭୧) । ବନବିଭାଗ ୫/୨୦୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ଜାମିନ୍ ଖାରଜ ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଓଡ଼ଗାଁ ବନରଖି ସୈାମ୍ୟରଞ୍ଜନ ଦଳେଇ ନେତୃତ୍ୱରେ, ବାଣ୍ଠପୁର ବନରଖି ଉଦ୍ଧବ ପ୍ରଧାନଙ୍କ ସହିତ ସ୍କ୍ୱାର୍ଡ ଦଳ ବାଣ୍ଠପୁର ଜଙ୍ଗଲ ମଧ୍ୟକୁ ପହିଥିଲେ । ଅପରପାର୍ଶ୍ବରୁ ଶବ୍ଦଶୁଣି ତାର ପିଛା କରିବା ବେଳେ ଅଭିଯୁକ୍ତ ମାନେ ବନକର୍ମଚାରୀଙ୍କ ହାତରେ ଧରାପଡିଥିଲେ ।