ହେଡଲାଇନସ୍:

ବିଳମ୍ବିତ ରାତ୍ରିରେ ଅଜଣା ଗାଡି ଧକ୍କା ରେ ତିନି ଜଣ ଯୁବକ ମୃତ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ବିଳମ୍ବିତ ରାତ୍ରି ସମୟରେ ଅଜଣା ଗାଡି ଧକ୍କା ରେ ୩ ଯୁବକ ର ମୃତ ଘଟିଛି। ପଦ୍ମପୁର ମେଡିକାଲ ରେ ରହିଛି ଦୁଇ ଜଣକ ମୃତ ଦେହ, ଗୁଣପୁର ମେଡିକାଲ ରେ ରହିଛି ଜଣକର ମୃତ ଦେହ। ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବକ ମାନେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ । ପଦ୍ମପୁର ବ୍ଲକ୍ କଇଠ ପଦର ଗ୍ରାମର ଦୁଇ ଜଣ ହେଲେ ବୁଲୁ ଶବର , ସୁବ୍ରତ ଶବର ଜଗନ୍ନାଥ ପୁର ଗ୍ରାମ ର ବାଳକୃଷ୍ଣ ଆରକା। ତିନିଜଣ ଯୁବକ ବାଇକ୍ ଯୋଗେ ଯାତ୍ରା ଦେଖିବାକୁ ଯିବା ସମୟରେ ଦୁର୍ଘଟଣାର ସ୍ବୀକାର ହୋଇଛନ୍ତି। ଘଟଣାସ୍ଥଳରରୁ ଜଣକୁ ଉଦ୍ଧାର କରି ଗୁଣପୁର ମେଡିକାଲ୍ କୁ ଆଣିବା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପୋଲିସ୍ କହିଥିବା ବେଳେ ଅନ୍ୟ ଦୁଇଜଣ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

 

0
0
0
s2sdefault